Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ହାଣ୍ଡିଆ ପିଇବାକୁ ନେଇ ହତ୍ୟାକାଣ୍ଡ, ବନ୍ଧୁ ବୋଲି ଡାକିବାରୁ ଜୀବନ ଗଲା

17/11/2020 at 4:27 PM

ତେଲକୋଇ ୧୭।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଟେଣିପଶୀ ଗାଁରେ ହାଣ୍ଡିଆ ପିଆକୁ ନେଇ ହତ୍ୟାକାଣ୍ଡ ଘଟିଛି ।

ସୂଚନା ମୁତାବକ କାଟେଣିପଶୀ ଗାଁର ମଧୁସୂଦନ ତିରିଆ, ମାଙ୍ଗି ତିରିଆଙ୍କ ଘରକୁ ହାଣ୍ଡିଆ ପିଇବାକୁ ଯାଇଥିଲେ । ତେବେ ମାଙ୍ଗିଙ୍କ ଘରେ ହାଣ୍ଡିଆ ନଥିବାରୁ ସେ ପଡିଶା ଘରୁ ହାଣ୍ଡିଆ ଆଣି ମଧୁସୂଦନଙ୍କୁ ଦେଇଥିଲେ । ମଧୁସୂଦନଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ବସିକି ଆରାମରେ ହାଣ୍ଡିଆ ପିଇବାକୁ କହିଥିଲେ । ତେବେ ମୋତେ କାହିଁକି ବନ୍ଧୁ କହିଲ କହି ମଧୁସୂଦନ ରାଗି ଯାଇଥିଲେ । ତାପରେ ପାଖରେ ଥିବା ନିଆଁଖୁଣ୍ଟାରେ ମାଙ୍ଗି ତିରିଆଙ୍କୁ ପିଟି ପିଟି ଗୁରୁତର କରିଦେଇଥିଲେ । ତାଙ୍କୁ ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ମଧୁସୂଦନ ତିରିଆ ଫେରାର ଥିବା ଜଣାପଡିଛି ।

   Related Posts