Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଫଟୋ ଉଠାଇବା ବାହାନାରେ ପରିବାରର ୪ଜଣକୁ ଷ୍ଟୋର ରୁମକୁ ନେଇ ହତ୍ୟା କଲା ପୁଅ, ୪ ମାସ ପରେ ଜବତ ହେଲା ମୃତଦେହ

21/06/2021 at 9:31 AM

ମାଲଦା ୨୦/୦୬ : ପଶ୍ଚିମବଙ୍ଗ ମାଲଦାରେ ମା’ ଓ ପିତା ସମେତ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ପର୍ଦାଫାଶ କରିଛି ପୋଲିସ। ପୋଲିସ କହିଛି ଯେ ଅଭିଯୁକ୍ତ ଆସିଫ ମହମ୍ମଦ ଫଟୋ ଉଠାଇବା ବାହାନାରେ ପରିବାରର ସମସ୍ତଙ୍କୁ ଷ୍ଟୋର ରୁମକୁ ନେଇଯାଇଥିଲା ଓ କାଠ ବାକ୍ସରେ ପାଣିରେ ବୁଡାଇ ସମସ୍ତଙ୍କୁ ହତ୍ୟା କରିଥିଲା। ହତ୍ୟା ପଛରେ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି। ତେବେ ପ୍ରକୃତ କାରଣ ଜଣାପଡିନାହିଁ। ଯାଞ୍ଚ ଜାରି ରହିଛି। ମାଲଦାର ଅତିରିକ୍ତ ପୋଲିସ ଅଧିକ୍ଷକ ଅନିଷ ସରକାର କହିଛନ୍ତି ଯେ ଆସିଫର ସାଙ୍ଗ ସବୀର ଅଲି (୧୯) ଓ ମହମ୍ମଦ ମାରୁଫ (୨୧)କୁ ଗିରଫ କରାଯାଇଛି। ଦୁହିଁଙ୍କ ପାଖରୁ ୫ଟି ପିସ୍ତଲ, ୮୦ଟି ଗୁଳି ଓ ୧୦ଟି ମାଗାଜିନ ଜବତ ହୋଇଛି।

ହତ୍ୟା ଅଭିଯୁକ୍ତ ସପ୍ତାହେ ପୂର୍ବରୁ ଏମାନଙ୍କୁ ଅସ୍ତ୍ର ଦେଇଥିଲା। ଅନିଷ ସରକାର କହିଛନ୍ତି ହତ୍ୟାକାଣ୍ଡରେ ଆସିଫ ଜଣେ ମାତ୍ରା ଅଭିଯୁକ୍ତ। ତେବେ ଅସ୍ତ୍ର ଓ ହତ୍ୟା ମଧ୍ୟରେ କୌଣସି ସଂଯୋଗ ନାହିଁ। ସେ ପିସ୍ତଲ ଓ ଗୁଳି କେଉଁଠୁ ଆଣିଥିଲା ପୋଲିସ ତାର ଯାଞ୍ଚ କରୁଛି। ଅଭିଯୁକ୍ତର ବଡ ଭାଇର ଅଭିଯୋଗ ଆଧାରରେ ପୋଲିସ ଶନିବାର ଦିନ ଗୁରୁଟୋଲା ଗାଁର ଗୋଟିଏ ଘରୁ ୪ଟି ଶବ ଜବତ କରିଥିଲା ଓ ଆସିଫକୁ ଗିରଫ କରିଥିଲା। ତଦନ୍ତରେ ଜଣାପଡିଛି ଯେ ଫେବୃଆରୀ ୨୮ରେ ଆସିଫ ନିଜ ବାପା, ମା, ଭଉଣୀ ଓ ଜେଜେମାଙ୍କୁ ଥଣ୍ଡା ପାନୀୟରେ ନିଦ ବଟିକା ଦେଇଥିଲା। ଏହି ପାଣି ପିଇ ସମସ୍ତେ ବେହୋସ ହୋଇଯାଇଥିଲେ।

ଅଧିକାରୀ କହିଛନ୍ତି, ଫଟୋ ଉଠାଇବା ବାହାନାରେ ଆସିଫ ସମସ୍ତଙ୍କୁ ଘର ଭିତରେ ଥିବ ଷ୍ଟୋର ରୁମକୁ ନେଇଯାଇଥିଲା ଓ କାଠ ବାକ୍ସ ଭିତରକୁ ଯିବାକୁ କହିଥିଲା। ଏହାପରେ ସେ ସମସ୍ତଙ୍କ ପାଟିରେ ଟେପ ଲଗାଇଦେଇଥିଲା ଓ ହାତ ବାନ୍ଧି ଦେଇଥିଲା। ଏହାପରେ ସେ ସେଥିରେ ପାଣି ଭର୍ତ୍ତି କରିଦେଇଥିଲା। ଅଭିଯୁକ୍ତ ନିଜ ବାପାଙ୍କ ଠାରୁ ବହୁତ ଟଙ୍କା ନେଇଥିଲା ଓ ସବୁ ସମ୍ପତ୍ତି ତା ନାଁରେ କରିବାକୁ କହୁଥିଲା। ପ୍ରଥମ ତଦନ୍ତରେ ହତ୍ୟା ସମ୍ପତ୍ତି ପାଇଁ କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ଆସିଫ ପାଖରୁ ପାଖରୁ ପୋଲିସ ୨ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି।

ଆସିଫର ବଡ ଭାଇ ଆରିଫ କୌଣସି ପ୍ରକାରେ ସେଠାରୁ ପଳାଇ ଯାଇଥିଲା ଓ ୪ ମାସ ଯାଏଁ ଠିକଣା ବଦଳାଇ ରହୁଥିଲା। ଶୁକ୍ରବାର ରାତିରେ ସେ ପୋଲିସକୁ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ। ଘରୁ ଅନେକ ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ କରାଯାଇଛି ଓ ମାମଲାର ଯାଞ୍ଚ ଚାଲିଛି। ଆସିଫ ନିଜ ଭାଇକୁ ବି ହତ୍ୟା କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ କୌଶଳ କ୍ରମେ ସେଠାରୁ ଖସି ଯାଇଥିଲେ।

ଆସିଫ ଲଗାତାର ନିଜ ବଡ ଭାଇକୁ ଧମକ ଦେଉଥିଲା। ସେଥିପାଇଁ ସେ ୪ ମାସ ଯାଏଁ ଘଟଣା ସମ୍ପର୍କରେ କାହାକୁ ଜଣାଇ ନଥିଲେ। ଶେଷରେ ସେ ସାହସ ଯୁଟାଇ ପୋଲିସକୁ ସବୁ ଘଟଣା କହିଥିଲେ | ଆସିଫ ବିରୋଧରେ ଆଇପିସି ଧାରା ୩୦୨, ହତ୍ୟା ଓ ଅସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

   Related Posts