Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବୀମା ଟଙ୍କା ପାଇଁ ହତ୍ୟା : ୩ କୋଟି ପାଇବା ଲାଗି ସ୍ୱାମୀକୁ ମାରିଦେଲା ସ୍ତ୍ରୀ, କାର୍‌ରେ ପେଟ୍ରୋଲ୍ ଢାଳି ଜାଳିଦେଲା

11/04/2021 at 2:15 PM

ଚେନ୍ନାଇ ୧୧।୦୪: ବୀମା ପାଇଁ ସର୍ବନାଶ । ଟଙ୍କା ପାଇବା ପାଇଁ କିଛି ସୀମା ଡେଇଁପାରେ ସ୍ତ୍ରୀ । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା । ସ୍ୱାମୀଙ୍କ ନାଁରେ ଥିବା ୩ କୋଟିର ବିମା ଟଙ୍କା ପାଇବା ପାଇଁ ନିଜ ଭାଇ ସହିତ ମିଶି ହତ୍ୟା କରିଛି ସ୍ତ୍ରୀ । ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା । ଯାହାର ପର୍ଦ୍ଦାଫାଶ କରିଛି ପୋଲିସ ।

ଖବର ଅନୁଯାୟୀ, ତାମିଲନାଡୁର ଇରୋଡ ଜିଲ୍ଲାର ପେରୁନ୍ଦୁରାଇର ବାସିନ୍ଦା ରଙ୍ଗରାଜନ (୬୨ ବର୍ଷ)ଙ୍କୁ ତାଙ୍କ ପତ୍ୱୀ ବିମା ଟଙ୍କା ହାତେଇବା ପାଇଁ ଏପରି ଷଡଯନ୍ତ୍ର କରିଥିଲେ । ଏହି କାମରେ ତାଙ୍କ ସଂପର୍କୀୟ ଭାଇ ମଧ୍ୟ ସହଯୋଗ କରିଥିଲେ । ରଙ୍ଗରାଜନ ଜଣେ ରିଓଲ ଇଷ୍ଟେଟ୍‌ ବ୍ୟବସାୟୀ ଥିଲେ । କିଛି ମାସ ତଳେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା । ଯାହାପରେ ତାଙ୍କୁ କୋଏମ୍ବୁଟୁରୁର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଏକ ଦିନ ରଙ୍ଗରାଜନଙ୍କୁ ତାଙ୍କ ପତ୍ନୀ ଜ୍ୟୋତି ମାଣି (୫୫ବର୍ଷ) ଓ ଜ୍ୟୋତିଙ୍କ ସଂପର୍କୀୟ ଭାଇ ରାଜା (୪୧ବର୍ଷ) ମେଡିକାଲରୁ ଡିସଚାର୍ଜ କରାଇନେଇଥିଲେ । ଏକ ଓମିନି ଭ୍ୟାନ୍‌ରେ ଘରକୁ ନେଉଥିଲେ । ପୂର୍ବରୁ ରଙ୍ଗରାଜନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ଭଉଣୀ ଓ ଭାଇ । ତେବେ ଘରକୁ ଯିବା ରାସ୍ତାରେ ପେରାମାନଲ୍ଲୁର ନିକଟରେ ଓମିନି ଭ୍ୟାନ୍‌ରେ ନିଆଁ ଲାଗିଯାଇଥିଲା । ଗାଡିରେ ନିଆଁ ଲାଗିବା ପରେ ୨ଜଣ ଗାଡିରୁ ବାହାରକୁ ବାହାରିଯାଇଥିଲେ । କିନ୍ତୁ ରଙ୍ଗରାଜନଙ୍କୁ ଗାଡ଼ିରୁ ବାହାର କରିପାରିନଥିଲେ । ଶେଷରେ ରଙ୍ଗରାଜନଙ୍କର ନିଆଁରେ ପୋଡ଼ି ମୃତ୍ୟୁ ହୋଇଯାଇଥିଲା ।

ସେପଟେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । ପୋଲିସ ତଦନ୍ତ ବେଳେ ପତ୍ନୀ ଓ ତାଙ୍କ ଭାଇଙ୍କ ବୟାନ ପୁରା ଓଲଟପାଲଟ ରହିଥିଲା । ଯାହାକି ପୋଲିସର ସନ୍ଦେହ ବଢାଇଥିଲା ।  ପୋଲିସ ଉଭୟଙ୍କୁ ଲଗାତର ଭାବେ ପଚରାଉଚରା କରି ପୁରା ଘଟଣା ଉପରୁ ପରଦା ହଟାଇଥିଲା । ତେବେ ପୋଲିସ ତଦନ୍ତରୁ ଯାହା ତଥ୍ୟ ଆସିଲା । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରଙ୍ଗରାଜନଙ୍କ ନାଁରେ ୩ କୋଟି ଟଙ୍କାର ବିମା ରହିଥିଲା । ରଙ୍ଗରାଜନଙ୍କ ପତ୍ନୀ ଲୋକଙ୍କ ଠାରୁ କିଛି ଟଙ୍କା ଧାର କରିଥିଲେ । ସେହି ଲୋକମାନେ ଲଗାତାର ଧାର ଟଙ୍କା ମାଗୁଥିଲେ । ସ୍ୱାମୀଙ୍କ ରଙ୍ଗରାଜନଙ୍କର ଥିବା ବିମାରେ ପତ୍ନୀ ଜ୍ୟୋତି ନୋମିନି ଥିଲେ ।

ଯଦି ରଙ୍ଗରାଜନଙ୍କର କିଛି ବି ହୁଏ, ତେବେ ସମସ୍ତ ଟଙ୍କା ଜ୍ୟୋତିଙ୍କୁ ମିଳିବ । ଯାହାଦ୍ୱାରା ସମସ୍ତ ଧାର ଓ କରଜ ସୁଝିପାରିବେ ଜ୍ୟୋତି । ତେଣୁ ସ୍ୱାମୀ ରଙ୍ଗରାଜନଙ୍କୁ ମାରିବା ପାଇଁ ଭାଇ ସହିତ ମିଶି ରଚିଥିଲେ ଷଡଯନ୍ତ୍ର ।  ମେଡିକାଲକୁ ଘରକୁ ନେବା ରାସ୍ତାରେ ଗାଡିରେ ପେଟ୍ରୋଲ ଢାଳି  ନିଆଁ ଲଗାଇଥିଲା । ଯାହାଦ୍ୱାରା ହତ୍ୟାକୁ  ଦୁର୍ଘଟଣାର ରୂପ ଦିଆଯାଇପାରିବ । କିନ୍ତୁ ତାଙ୍କର ସମସ୍ତ ପ୍ଲାନ୍‌ ଫେଲ୍‌ ମାରିଥିଲା । ବିମାରେ ମିଳିବାକୁ ଥିବା ଲ୩ କୋଟିରେ ସମସ୍ତ ଧାର କରଜ ସୁଝିପାରିବେ ବୋଲି କହି ପୋଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଥିଲେ । ପୋଲିସ ହତ୍ୟା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି ।

   Related Posts