Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଯୋଗୀଙ୍କୁ ହତ୍ୟା ଧମକ : ହ୍ୱାଟ୍ସଆପ୍‌ରେ ଆସିଛି ମେସେଜ- ‘୪ ଦିନ ଭିତରେ ଯାହା କରିବା କଥା କର’…

4/05/2021 at 9:01 AM

ଲକ୍ଷ୍ନୌ, ୦୪।୦୫ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଯୋଗୀଙ୍କୁ ପୁଣି ଥରେ ଜୀବନରେ ମାରିଦେବାକୁ ଧମକ ମିଳିଛି । ୟୁପି ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟସଆପରେ ଏହି ଧମକ ଦିଆଯାଇଛି । ଏହାସହ ୪ ଦିନ ଯୋଗୀ ଯାହା କରିବା କଥା କରନ୍ତୁ ବୋଲି ମଧ୍ୟ ଚ୍ୟାଲେଞ୍ଜ ଦିଆଯାଇଛି । ମାମଲା ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି ।

କୁହାଯାଉଛି ଯେ, ଏପ୍ରିଲ ୨୯ ତାରିଖରେ ୟୁପି ପୋଲିସର ଜରୁରୀକାଳିନ ସେବା ହ୍ୱାଟସଆପ୍ ନମ୍ବରରେ କେହି ସନ୍ଦିଗ୍ଧ ମେସେଜ୍ କରିଥିଲା । ଏଥିରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ନେଇ ଧମକ ମଧ୍ୟ ଦେଇଥିଲା । ଏହି ମେସେଜରେ ଲେଖାଥିଲା ଯେ, ୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ । ୪ ଦିନରେ ଯାହା କରିବା କଥା କରନ୍ତୁ ବୋଲି ଏଥିରେ ଉଲ୍ଲେଖ ରହିଥିଲା ।

ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଟ୍ରେସ୍ କରିବାରେ ଲାଗିଛି । ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ଏକ ଟିମ୍ ଗଠନ କରିଛି । ଏହା ପ୍ରଥମ ଥର ନୁହେଁ ଯେ, ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହାପୂର୍ବରୁ ମେ ୨୦୨୦ରେ ତାଙ୍କୁ ବୋମାରେ ଉଡାଇ ଦେବା ନେଇ ଧମକ ମିଳିଥିଲା । ଏଥିରେ ଏକ ବିଶେଷ ସମୁଦାୟ ଉପରେ ବିପଦ ଥିବାରୁ ଯୋଗୀଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଥିଲା ।

   Related Posts