ଚୋରି ମାଲ୍‌ରେ କମାଲ୍ ପ୍ରେମ : ଫେସ୍‌ବୁକ୍‌ରେ ଚାଟିଂ, ଗିଫ୍ଟ ଦେଇ ଲଭ୍‌ ; ରୋମିଓ ୪୨୦ର ୨୫ ପ୍ରେମିକା

Published By : Prameya-News7 Bureau | January 14, 2021 IST

ଭୁବନେଶ୍ୱର ୧୪। ୦୧: ନିଶା ରୋମିଓଗିରି, ପେସା ଅପରାଧ । ନୂଆ ନୂଆ ଯୁବତୀଙ୍କ ନିଜ ପ୍ରେମ ଜାଲରେ ଫସାଇବାରେ ମାହିର ଥିଲା । ନିଜ ବାନ୍ଧବୀମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ଦେଉଥିଲା ନାମୀଦାମୀ ଉପହାର ।  ଚୋରୀ ଟଙ୍କାରେ କିଣାଯାଉଥିଲା ଏହି ଦାମୀ ଉପହାର । ଏପରି ଭାବେ ଚାଲିଥିଲା ରାକେଟ । ଜଣେ କି ୨ଜଣ କିମ୍ବା ୧୦ଜଣ ନୁହେଁ , ବରଂ ୨୫ଜଣ ଯୁବତୀ ଓ ମହିଳାଙ୍କ ସହିତ ସଂପର୍କର ଗଢିଥିଲେ ନାରାୟଣ ।

ଖବର ଅନୁଯାୟୀ, ୨୦୨୦ ଜୁଲାଇରରେ ଆଇଆର୍‌ସି ଭିଲେଜ୍‌ରେ ଚକ୍ରପାଣି ମିଶ୍ରଙ୍କ ପତ୍ନୀ ତୁଳସୀଙ୍କ ହତ୍ୟା ଘଟଣା । ଏହି ହତ୍ୟା ଘଟଣାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି । ଅଭିଯୁକ୍ତ ନାରାୟଣ ମହାନ୍ତି ଓରଫ ନାରୁ ସଂପର୍କରେ ଜାଣିବାକୁ ପାଇଥିଲା ପୋଲିସ । ସାଧାରଣଲୋକଙ୍କୁ ଲୁଟିବାରେ ମାହିର ଥିଲା ନାରାୟଣ । ଲୁଟ୍‌ ହୋଇଥିବା ସୁନା ଚେନ୍‌, ମୁଦି, ମୋବାଇଲକୁ ଅନ୍ୟ ଯୁବତୀମାନଙ୍କ ଉପହାର ଦେଉଥିଲା । ଆଉ ସେହି ଉପହାର ଦେଇ ନିଜ ପ୍ରେମରେ ଫସାଉଥିଲା ନାରାୟଣ । ପ୍ରେମୀ ନମ୍ବର-୧ ସାଜିଥିବା ନାରଣର ଲଭ ହିଷ୍ଟ୍ରି ଦେଖି ପୋଲିସ ଅବାକ୍‌ ହୋଇଯାଇଥିଲା ।  ଏହାପରେ ତାକୁ ରିମାଣ୍ଡରେ ନେବା ପରେ କ୍ରାଇମ୍‌ ଇତିହାସ ବିଷୟରେ ଜାଣିଥିଲା ପୋଲିସ ।   

ଗଞ୍ଜାମ ପୋଲସରାରୁ ଭୁବନେଶ୍ୱର ଆସିବା ସମୟରେ ସେ ଏକ ପେପର ହକ୍‌ର ଥିଲା । ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ପ୍ରଥମେ ଚା’ ଦୋକାନ ଟିଏ କରିଥିଲା ।  ଏକ ସାଧାରଣ ଜୀବନରୁ ଅପରାଧର ଦୁନିଆରେ କେମିତି ପାଦ ଥାପିଲା? କେମିତି ଡ୍ରଗ୍ସ ସାମ୍ରାଜ୍ୟରେ ଧସେଇ ପଶିଲା? ମାଳିସାହିରେ କେତେଦିନ ସେକ୍ସ ର‌୍ୟାକେଟ୍‌ ଚଳାଉଥିଲା? ଏଯାଏଁ କେତେ ଜଣଙ୍କୁ ଲୁଟ୍‌ କରିଛି? ଏସବୁର ପୂରା ତଥ୍ୟ ପୋଲିସ ଆଗରେ ରଖିଛି । ପୁଲିସ ନାରାଣକୁ ଗିରଫ କରି କୋର୍ଟଚାଲାଣ କରିଛି । ପୂର୍ବରୁ ଅଟକ ରଖିଥିବା ଯାଜପୁର ପ୍ରେମିକାକୁ ପଚରାଉଚରା କରି ନାରଣର ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କରେ  ତଥ୍ୟ ହସ୍ତଗତ କରିଛି । ୨୬ଟି ଅପରାଧ ମାମଲାରେ ନାରଣ ସମ୍ପୃକ୍ତ ଥିବା ସୁରାକ୍‌ ପାଇଛି ପୋଲିସ । ସମସ୍ତ ଘଟଣାର ତଥ୍ୟ ଯୋଗାଡ଼ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ତୁଳସୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଏକ ଲୁଟ୍‌ ମାମଲାରେ ଗିରଫ ହୋଇଥିବା ନାରଣ ମଧ୍ୟ ପୁଲିସ ଆଗରେ କିଛି କହି ନଥିଲା । ଜେଲ୍‌ରେ ଜଣେ ଅନ୍ତେବାସୀ ଆଗରେ ନିଜର ସମସ୍ତ ଘଟଣା ସଂପର୍କରେ ବଖାଣିଥିଲା ।  କିନ୍ତୁ ସେହି ଅନ୍ତେବାସୀ ସ୍ପେଶାଲ ସ୍କ୍ୱାଡ୍‌ର ଖବରି ଥିଲା । ସ୍ପେଶାଲ ସ୍କ୍ୱାଡ୍‌ ପର୍ଯ୍ୟାୟକ୍ରମେ ଗଞ୍ଜାମର ଦୁର୍ଦ୍ଦାନ୍ତ ଲୁଟେରା ନିରଞ୍ଜନ ମହାନ୍ତି ଓ ତା’ ସଂପର୍କୀୟ ଭଣଜା ବାବୁ ଓରଫ ସାଗର ପ୍ରଧାନ ସହ ନାରଣକୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.