Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ରାଗରୁ ହତ୍ୟାକାରୀ,ବନ୍ଧା ହେଲା ଦାଦା : ଛତୁଆ କଂସାରେ ପାଦ ପଡିବାରୁ ୪ ବର୍ଷର ଝିଆରୀକୁ ମାରିଥିଲା ଚାପୁଡ଼ା

21/10/2020 at 2:44 PM

କେନ୍ଦ୍ରାପଡ଼ା ୨୧।୧୦: କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବାଙ୍କିଛନ୍ଦା ଗାଁରେ ୪ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାର ରହସ୍ୟ ପଦାକୁ ଆସିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି । ଦାଦା ଅଧିକାରୀ ବେହେରା ଖାଉଥିବା ବେଳେ ଛତୁଆ କଂସାରେ ଝିଆରୀ ମଧୁସ୍ମିତାର ପାଦ ପଡ଼ି ଯାଇଥିଲା । ଯାହାଫଳରେ କି ଦାଦା ରାଗିଯାଇ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଘଟଣାସ୍ଥଳରେ କୁନି ଝିଅଟିର ମୃତ୍ୟୁ ଘଟିଥିଲା । କିନ୍ତୁ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଯାଇ ଘର ପଛପାଖ ଧାନ ବିଲରେ ନେଇ ଝିଆରୀକୁ ପୋତି ଦେଇଥିଲେ । ପୋଲିସ ଜେରା ପରେ ଅଧିକାରୀ ବେହେରାଙ୍କ ସମେତ ତାଙ୍କ ପତ୍ନୀ ଓ ମା’ ପୁଲିସ ଆଗରେ  ସତ କଥା ମାନି ଥିଲେ । ପୋଲିସ ନିର୍ଦ୍ଦେଶରେ ମଧ୍ୟ ଡେମୋ କରାଯାଇଥିଲା ।

ଖବର ଅନୁଯାୟୀ, ବାଙ୍କିଛନ୍ଦା ଗାଁର ଦୈତାରୀ ବେହେରା ଓ ତାଙ୍କ ସାନଭାଇ ଅଧିକାରୀ ବେହେରାଙ୍କ ମଧ୍ୟରେ ପାରିବାରିକ ତିକ୍ତତା ଯୋଗୁଁ ୩ ବର୍ଷ ହେବ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ସ୍ଥାନୀୟ ଲୋକ ଏବଂ ପୁଲିସର କହିବା କଥା ଅଧିକାରୀ ଗାଁରେ ଦେଶୀ ମଦ ପ୍ରସ୍ତୁତ କରି ବିକୁଥିଲେ । ଏଥିରେ ତାଙ୍କୁ ପତ୍ନୀ ସହଯୋଗ କରୁଥିଲେ । ପତ୍ନୀ ମଦ ରାନ୍ଧୁଥିବା ବେଳେ ସେ ବାହାରେ ବିକୁଥିଲେ ।

କିଛିଦିନ ଆଗରୁ ଗାଁକୁ ଅବକାରୀ ପୁଲିସ ଚଢ଼ଉ ପାଇଁ ଆସିଥିବା ବେଳେ ତାଙ୍କ ଖୁଡ଼ୀ ମଦ ରାନ୍ଧୁଛନ୍ତି ଓ ଦାଦା ମଦ ବିକୁଛନ୍ତି ବୋଲି ମଧୁସ୍ମିତା ପୁଲିସକୁ ସୂଚନା ଦେଇ ଦେଇଥିଲେ । ମଦ ରହିଥିବା ସ୍ଥାନ ବି ପୁଲିସକୁ ଦେଖାଇଥିଲେ । ଯାହାକୁ ନେଇ ଉଭୟ ଦାଦା ଓ ଖୁଡ଼ୀ ଝିଆରୀ ମଧୁସ୍ମିତା ଉପରେ ଅସନ୍ତୁଷ୍ଟ ଥିଲେ । ଘଟଣା ଘଟିବା ଦିନ ଅର୍ଥାତ ରବିବାର ସକାଳେ ମଧୁସ୍ମିତା ଘରେ ଥିଲେ । ତାଙ୍କ ମା’ ଲକ୍ଷ୍ମୀପ୍ରିୟା ନଦୀକୁ ଗାଧୋଇବାକୁ ଯାଇଥିଲେ ।

ମଧୁସ୍ମିତା ଖେଳାବୁଲା କରୁଥିବା ବେଳେ ଦାଦା ଅଧିକାରୀଙ୍କ ଘରକୁ ଚାଲି ଯାଇଥିଲେ । ଏହି ସମୟରେ ଦାଦା ଘରେ ତଳେ ବସି କଂସାରେ ଛତୁଆ ଖାଉଥିଲେ । ଅଜାଣତରେ ମଧୁସ୍ମିତାର ପାଦ ତାଙ୍କ ଛତୁଆ କଂସାରେ ବାଜିଯିବାରୁ ଏହା ଢାଳି ହୋଇଯାଇଥିଲା । ଅଧିକାରୀ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ଭୁଲିଯାଇ ଝିଆରୀ ମଧୁସ୍ମିତାର ଗାଲକୁ ଶକ୍ତ ଚାପୁଡ଼ାଟାଏ ପକାଇଥିଲେ ।

କାନମୁଣ୍ଡାରେ ଜୋର୍‌ରେ ଆଘାତ ପାଇବାରୁ ମଧୁସ୍ମିତା ସେହିଠାରେ ହିଁ ଟଳି ପଡ଼ିଥିଲେ । ମଧୁସ୍ମିତାଙ୍କ ମୃତ୍ୟୁ ପରେ ଘଟଣା ଲୁଚାଇବାକୁ ତାଙ୍କ ମୃତଦେହକୁ ନେଇ ବାଡ଼ି ପଛପାଖ ଧାନ ବିଲରେ ପୋତି ଦେଇଥିଲେ ବୋଲି ଜେରା ବେଳେ ଅଧିକାରୀ ସ୍ୱୀକାର କରିଥିଲେ । ମଧୁସ୍ମିତାଙ୍କ ମୃତ୍ୟୁ ହେବା ଓ ପ୍ରମାଣ ଲୁଚାଇବାକୁ ଯାଇ ତାଙ୍କ ଶବକୁ ଧାନ ବିଲରେ ଅଧିକାରୀ ପୋତିଦେବା ଘଟଣା ସମ୍ୱନ୍ଧରେ ତାଙ୍କ ପତ୍ନୀ ଓ ମା’ ଜାଣିଥିବା ପୁଲିସ ସନ୍ଦେହ କରୁଛି । ଦୁହେଁ ପୁଲିସ ସ୍କାନର୍‌ରେ ଅଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇଥିବା ବେଳେ ପ୍ରମାଣ ନଷ୍ଟରେ ସାମିଲ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି ।

   Related Posts