ଭଡ଼ାଟିଆ ସାଙ୍ଗେ ଭାବ, ଦେଖି ଦେଲା ବୋଲି ଖଣ୍ଡ ଖଣ୍ଡ କରିଦେଲା...

Published By : Prameya-News7 Bureau | November 09, 2020 IST

କେନ୍ଦୁଝର ୦୯।୧୧: ଅଖା ଭିତରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣା । ଏହା ହତ୍ୟା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ପ୍ରଶ୍ମବାଚୀ ସୃଷ୍ଟି କରିଥିଲା । ମୃତଦେହ ମିଳିବାର ଏକ ସପ୍ତାହରୁ ଅଧିକ ଦିନ ବିତିଯାଇଥିବା ବେଳେ ହତ୍ୟାକାରୀର କିଛି ଖୋଜ ଖବର ପାଇନଥିଲା ପୋଲିସ । ତେବେ ଏବେ ପୋଲିସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।  ଗିରଫ ହୋଇଥିବା ମହିଳା ଜଣଙ୍କ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିଲା । ଗିରଫ ମହିଳା ଧାଙ୍ଗରପଡ଼ା ଅଞ୍ଚଳର ବିଜୟ ପଟ୍ଟନାୟକଙ୍କ ସ୍ତ୍ରୀ ମନୋରମା ବୋଲି ଜଣାପଡିଛି , ଏବଂ ତାଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେପଟେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ମୁଖ୍ୟ ଅଭିଯୁକ୍ତ ପୋଲିସ କବ୍‌ଜାରେ ପଡିଲେ, ଆହୁରୀ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।  

ତେବେ ମିଳିଥିବା ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଧାଙ୍ଗରପଡ଼ାରେ ମନୋରମାଙ୍କ  ଘର ହାଟଡିହିରୁ ଜଣେ ବ୍ୟକ୍ତି ଆସି ଭଡ଼ାଟିଆ ଭାବେ ରହୁଥିଲେ । ସେ ଦହିବରା ବିକ୍ରି କରି ନିଜ ରୋଜଗାର ମେଣ୍ଟାଉଥିଲେ । କିଛି ଦିନ ତଳେ ସେ କେଉଁଆଡେ ଯାଇଥିଲେ, ଏବଂ ଫେରିବା ବେଳକୁ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଫେରିଥିଲେ । ଧାଙ୍ଗରପଡ଼ାରେ ଉଭୟ ସ୍ୱାମୀ-ସ୍ତ୍ରୀ କହି ଚଳୁଥିଲେ । ତେବେ ମନୋରମାକୁ ଭଡ଼ାଟିଆ ଜଣଙ୍କ ନାନୀ ବୋଲି ସମ୍ବୋଧନ କରିଥାନ୍ତି । ଏପରି ଭାବରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । କିନ୍ତୁ ମୃତଦେହ ମିଳିବାର ୨ଦିନ ପୂର୍ବେ ଭଡ଼ାଟିଆ ଓ ମନୋରମାଙ୍କୁ ଘର ଭିତରେ କବାଟ ଦେଇ ୨ଜଣ ବସିଥିବାର ଦେଖିଥିଲେ ଯୁବତୀ । ଯାହାକୁ ନେଇ ସେ ପ୍ରତିବାଦ ମଧ୍ୟ କରିଥିଲା । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା ।

ତେବେ ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିଦେଇଥିଲା । ହତ୍ୟା କରିବା ପରେ ମୃତଦେହ କୁରାଢୀରେ ହାଣି ଖଣ୍ଡ ଖଣ୍ଡ କରିଦେଇଥିଲା ଯୁବକ । ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହ ଏକ ଅଖାରେ ଭର୍ତ୍ତି କରି ଫିଙ୍ଗିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଧାଙ୍ଗରପଡା ଓଭରବ୍ରିଜ ନିକଟରେ ମୃତଦେହ ଫିଙ୍ଗିବାକୁ ଉଦ୍ୟମ କରିଥିଲା । କିନ୍ତୁ ସେଠାରେ କିଛି ଲୋକ ଉପସ୍ଥିତ ଥିବାରୁ କିଛି ସମୟ ଅପେକ୍ଷା ପରେ ମୃତଦେହଟି ଫିଙ୍ଗିଦେଇଥିଲା , ଏବଂ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲା । କିନ୍ତୁ ତାର ଗାଡ଼ିଟି ଷ୍ଟାର୍ଟ ନହେବାରୁ , ଗାଡ଼ି ଛାଡି ଦୌଡିପଳାଇଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଗାଡ଼ି ଜବତ କରିବା ସହ ମୃତଦେହକୁ ଜବତ କରିଥିଲା ।

ତେବେ ପୋଲିସର ତଦନ୍ତରୁ ଜବତ ଗାଡ଼ିର ମାଲିକ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡିଥିଲା । ପୋଲିସ ଅନୁସନ୍ଧାନରୁ ରୁଣ ପରିଶୋଧ ନକରିବାପାରିବାକୁ ଫାଇନାନ୍ସ କମ୍ପାନୀ ଗାଡିଟି ନେଇଯାଇଥିଲେ । ପୋଲିସ ଉକ୍ତ ଫାଇନାନ୍ସ କମ୍ପାନୀକୁ ପଚରାଉଚରା ପରେ ଗାଡ଼ି ବିଷୟରେ ତଥ୍ୟ ହସ୍ତଗତ ହୋଇଥିଲା ।  ଗାଡିର ମାଲିକାନା ବଦଳି ନଥିବା କହି ବିକ୍ରି କରିଥିବା ଯୁବକର ଏକ ଆଧାର କାର୍ଡ ଜରିଆରେ ଗାଡ଼ି ହସ୍ତାନ୍ତର କରାଯାଇଛି ବୋଲି ଫାଇନାନ୍ସ କର୍ମଚାରୀ ସୂଚନା ଦେଇଥିଲା । ପୋଲିସ ଉକ୍ତ ଆଧାରକାର୍ଡକୁ ଭିତ୍ତିକରି ଯୁବକକୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲା । ପୋଲିସ ଚଢାଉରେ ଉକ୍ତ ବ୍ୟକ୍ତି ଜଣଙ୍କ ହାଟଡିହି ଅଞ୍ଚଳର ବୋଲି ଜଣାପଡିଥିଲା । ଅଭିଯୁକ୍ତର ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲେ ମଧ୍ୟ ତାର କୌଣସି ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ।  ସେପଟେ ଗତକାଲି ମନୋରମାଙ୍କୁ ହତ୍ୟାକାଣ୍ଡରେ ସହଯୋଗ କରିବା ଅଭିଯୋଗରେ ଗିରଫ କରାଯାଇଛି । ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

wp:core-embed/wordpress {"url":"http://www.prameyanews7.com/akha-bhita-ru-mahila-nka-mrutadeha-udhhar/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/akha-bhita-ru-mahila-nka-mrutadeha-udhhar/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.