Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ

29/11/2020 at 7:58 AM

ଉଦଳା ୨୯।୧୧: ଜମିବାଡି ବିବାଦକୁ କେନ୍ଦ୍ରକରି ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଡବଲ ମର୍ଡର । ସାବତ ଭାଇ ସମେତ ପୁତୁରାକୁ ହତ୍ୟା କରିଛି ଜଣେ ବ୍ୟକ୍ତି । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଛି । ପୂର୍ବରୁ ସୁଶୀଲ ଏବଂ ତାର ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଥିଲା ।

ଖବର ଅନୁଯାୟୀ,  ଶୁକ୍ରବାର ପୁତୁରା କୁଆଁର ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସୁଶୀଲ ସେଠାରେ କୁଆଁରର ବେକ କାଟି ହତ୍ୟା କରିଥିଲା । ମୃତଦେହକୁ ପାଖାପାଖି ଏକ କିଲୋମିଟର ଦୂରକୁ ନେଇ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲା । ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଁରର ଖୋଜ ଖବର ନପାଇବାରୁ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସୁଶୀଲକୁ ଗିରଫ କରିଥିଲା । ସୁଶୀଳକୁ ପଚରା ଉଚରା ବେଳେ ସେ ସାବତ ଭାଇ ଘନଶ୍ୟାମକୁ ବି ହତ୍ୟା କରିଥିବା ସେ ପୋଲିସ ଆଗରେ ମାନିଛି । ଘନଶ୍ୟାମ ୪ ଦିନ ହେଲା ନିଖୋଜ ଥିଲେ।

   Related Posts