ନିଜେ ପୋଛିଦେଲା ନିଜ ମଥା ସିନ୍ଦୁର, ସ୍ୱାମୀକୁ ବାଡେଇ ବାଡେଇ ମାରିଦେଲା ସ୍ତ୍ରୀ

Published By : Prameya-News7 Bureau | May 19, 2022 IST

ଉଦଳା ୧୯।୦୫:  ସ୍ବାମୀକୁ ବାଡେଇ ବାଡେଇ ମାରିଲା ସ୍ତ୍ରୀ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ସିରିଆପାଳ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଲାଦୁରା ସିଂ ବାଲମୁଚା । ଅଭିଯୁକ୍ତ ସ୍ତ୍ରୀ ଗୁରୁବାରୀ ସିଂ ବାଲମୁଚା ଫେରାର ।  

ଖବର ଅନୁଯାୟୀ, ସିରିଆପାଳ ଗାଁର ଲାଦୁରା ସିଂ ବାଲମୁଚାରୁ ରାତିରେ ନିକଟସ୍ଥ ହାଟରୁ ଘରକୁ ଫେରିଥିଲେ । ହେଲେ ରାତିରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୁରୁବାରୀ ସିଂ ବାଲମୁଚା ସ୍ୱାମୀକୁ ଅତି ନିର୍ମମ ଭାବେ ବାଡେଇ ହତ୍ୟା କରିଦେଇଛି । ଏହାପରେ ସ୍ତ୍ରୀ ସେଠାରୁ ଫେରାର ହୋଇଯାଇଛି । ସେପଟେ ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.