Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସ୍ଵାମୀ ସାଜିଲା ସଇତାନ, ସ୍ତ୍ରୀକୁ ବିଷ ପିଆଇ ମାରିଦେଲା !

1/08/2021 at 12:00 PM

ଉଦଳା ୦୧।୦୮: ସ୍ୱମୀ ସାଜିଲା ସଇତାନ । ସ୍ତ୍ରୀକୁ ବିଷ ପିଆଇ ଦେଲା ମାରି । ମୃତକ ଢୋଲଗଣ୍ଡି ଗ୍ରାମର ବାଙ୍କା ସୁଣ୍ଡି ତାଙ୍କ ସ୍ତ୍ରୀ ବାଲିମା ସୁଣ୍ଡି ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଢୋଲଗଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ଏନେଇ ଝିଅ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଶନିବାର ବାଙ୍କା ବଜାରରୁ ଫେରିବା ପରେ ସ୍ତ୍ରୀ ଘର ଭିତରେ ଶୋଇଥିଲେ । ତେବେ ସେ କିଛି ବିଷାକ୍ତ ଜିନିଷ ଖାଇ ଦେଇ ଗୁରୁତର ହୋଇଥିବା ଦେଖି ବାଙ୍କା ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଉଦଳା ଏବଂ ପରେ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଶେଷରେ ତାଙ୍କର ବାରିପଦାରେ ମେଡିକାଲରେ ମୃତ୍ୟୁ ହୋଇଯାଇଥିଲା । ପରେ ଏହି ଘଟଣାକୁ ନେଇ ମୃତ ବାଲିମାଙ୍କ ବାପା ତାଙ୍କ ଝିଅକୁ ଜ୍ବାଇଁ ବିଷ ପିଆଇ ମାରି ଦେଇଥିବା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି । ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସ୍ଵାମୀକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ଵୀକାର କରିଛି । ବାଲିମାଙ୍କ ବାପାଙ୍କ କହିବାନୁସାରେ ଅନେକ ସମୟରେ ଝିଅ ଏବଂ ଜ୍ବାଇଁ ମଧ୍ୟରେ କଳହ ହୋଇଥାଏ । ଯାହାଫଳରେ ଜ୍ବାଇଁ ବାଙ୍କା ଝିଅକୁ ବିଷ ପିଆଇ ମାରି ଦେଇଥିବା ସେ କହିଛନ୍ତି ।

   Related Posts