Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ମାଲିକ ଅଣ୍ଟାରେ ଛୁରି ଭୁସିଦେଲା ଗଞ୍ଜା, ହତ୍ୟା ଅଭିଯୋଗରେ ଏବେ ଥାନା ହାଜତରେ

4/03/2021 at 2:00 PM

ହାଇଦ୍ରାବାଦ : ଗଞ୍ଜା ସାଜିଲା ହତ୍ୟାକାରୀ । ତାହା ପୁଣି ନିଜ ମାଲିକକୁ । ଯାହାଫଳରେ ଏବେ  ଥାନାରେ ଅଟକ ରଖିଛି ପୋଲିସ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ତେଲେଙ୍ଗାନାର ଜଗତିୟାଲ ଜିଲ୍ଲା ଲିଥୁନୁର ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।  

ଖବର ଅନୁଯାୟୀ, ଫେବୃଆରୀ ମାସ ୨୨ତାରିଖ ଦିନ ତେଲେଙ୍ଗାନାର ଲିଥିନୁର ଗାଁରେ କୁକୁଡ଼ା ଲଢେଇର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ମନୋରଞ୍ଜନ ପାଇଁ ଏହି ଲଢେଇର ଆୟୋଜନ କରାଯାଇଥିଲା । ଏହା ଲଢେଇରେ ହଜାର ହଜାର ଟଙ୍କା ବାଜି ବି ଲାଗିଥାଏ । ତେଣୁ ଲଢେଇ ପାଇଁ ନିଜ କୁକୁଡ଼ାକୁ ପ୍ରସ୍ତୁତ କରୁଥିଲେ ମାଲିକ ସତୀଶ । ନିଜ ଗଞ୍ଜା ଗୋଡ଼ରେ ଧାରୁଆ ଛୁରି ବାନ୍ଧି ପୂର୍ବ ପ୍ରସ୍ତୁତି କରୁଥିଲେ ସତୀଶ। ଠିକ୍‌ ଏହି ସମୟରେ ଘଟିଲା ଅଘଟଣ ।

କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧିବା ବେଳେ , ସେ ଏତେମାତ୍ରାରେ ଉଗ୍ର ହୋଇଯାଇଥିଲା ଯେ ଭୂଇଁରୁ କିଛି ଫୁଟ ଉପରକୁ ଡେଇଁବା ଆରମ୍ଭ କରିଥିଲା। ଲଗାତର ଭାବେ ଏପରି ଡେଇଁବା ଆରମ୍ଭ କରିଥିଲା ଗଞ୍ଜା । ଏମିତିକି ଡେଇଁବା ସମୟରେ ମାଲିକା ସତୀଶ ପାଖକୁ ଆସି ଅଚାନକ ଆକ୍ରମଣ କରିଥିଲା ।

ସତୀଶ ସାମାନ୍ୟ ଅନ୍ୟମନସ୍କ ରହିଥିବା ବେଳେ ତାଙ୍କ ଅଣ୍ଟାରେ ଛୁରି ପଶି ଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସେପଟେ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛି ।

   Related Posts