ସନ୍ତୋଷଙ୍କୁ ମାରିଲା କିଏ ? ଛାତିରେ ଦେଇଛି ଗଭୀର କ୍ଷତ ଚିହ୍ନ…

Published By : Prameya-News7 Bureau | August 06, 2021 IST

ଟାଙ୍ଗି ୦୬।୦୮: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ବଡ-ସିରେଇପୁର ଗାଁରେ ଯୁବକଙ୍କୁ ହତ୍ୟା । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ  ରହିଛି । ମୃତ ଯୁବକ ଜଣଙ୍କ ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା ବୋଲି ଜଣାପଡିଛି । ତାଙ୍କ ବୟସ ୨୯ ବର୍ଷ  ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସନ୍ତୋଷଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ,  ବଡ-ସିରେଇପୁର  ଗାଁର ଶିବ ମନ୍ଦିର ନିକଟରେ ସଜ୍ଞାହୀନ ହୋଇ ସନ୍ତୋଷ ମହାରଣା  ପଡିଥିଲେ । ଗାଁର କିଛି ଲୋକ ଏହା ଦେଖି ଚିକିତ୍ସା ପାଇଁ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ ।  ମାତ୍ର ସେଠାରେ ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ । ଘଟଣାକୁ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତେବେ  କି'ଏ ଓ କାହିଁକି ସନ୍ତୋଷକୁ ହତ୍ୟା କଲା  ?  କିଏ ସେହି ଖଳନାୟକ  ? ଯଦି ହତ୍ୟା କରାଯାଇଛି , ତେବେ ଏହା ପଛରେ କାରଣ କଣ ? ଏନେଇ ବିଭିନ୍ନ ଦିଗରୁ ପୋଲିସ ଛାନ୍ ଭିନ୍ ଜାରି ରଖିଛି ପୋଲିସ । ପୋଲିସର ତଦନ୍ତ କିଭଳି ରହିଛି ତାହା ଉପରେ ସମସ୍ତଙ୍କର ନଜର ।

ସେହିପରି ଡାକ୍ତରଙ୍କ ସୂଚନା ମୁତାବକ, ସନ୍ତୋଷଙ୍କ ବାମ ଛାତିରେ କୌଣସି ମାରଣାସ୍ତ୍ର ଦ୍ୱାରା ଗଭୀର କ୍ଷତ ହୋଇଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବା ସହ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବାଣପୁର ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ମଧ୍ୟ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଆହୁରୀ ତ୍ୱରାନିତ କରାଯିବ । ଅନ୍ୟପକ୍ଷରେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.