Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ସାନ ପୁଅକୁ ମାରିଥିଲେ ବଡ଼ ପୁଅ ଓ ମାଆ, ୧୧ଦିନ ପରେ ଜଣାପଡିଲା ସତ…

23/02/2021 at 8:27 AM

ସୋର ୨୩।୦୨: ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ମାଆ ଏବଂ ବଡ଼ ପୁଅ । ୧୧ଦିନ ପରେ ଜଣାପଡ଼ିଲା ଘଟଣା । ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ବଡ଼ ଭାଇ ଫେରିବା ପରେ ସାମ୍ନାକୁ ଆସିଥିଲା ସତ । ବାଲେଶ୍ୱର ଜିଲ୍ଲା ସୋର ବାହାନଗା ଜାତୀୟ ରାଜପଥ ଇଚ୍ଛାପୁର ପୋଖରୀ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

୨୨ ବର୍ଷୀୟ ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ଉଭୟ ମା ଏବଂ ବଡ଼ ପୁଅ । ଗତ ୧୨ ତାରିଖ ରାତି ୧୧ ଟାରେ ମଦ ପିଇ ସାନପୁଅ ଘରକୁ ଫେରିବା ପରେ, କୌଣସି କଥାକୁ ନେଇ ଉଭୟ ମାଆ ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ରରୂପ ଧାରଣ କରିବା ପରେ ମାଆ ଶୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ଜେନା ମଦ ପିଇ ସାନ ପୁଅ ବଳରାମ ଜେନାଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ବଳରାମଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ବଳରାମଙ୍କ ମୃତଦେହକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ । ସେତେବେଳେ ଏହି ଘଟଣା ସଂପର୍କରେ କାହାରିକୁ ଜଣାପଡ଼ିନଥିଲା । ଏବେ ଘଟଣା ଜଣାପଡ଼ିବା ପରେ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଏବଂ ବଡ଼ ପୁଅକୁ ଗିରଫ କରିଛି ।

   Related Posts