ଯୁବକଙ୍କୁ ହତ୍ୟା ପରେ ହାଣି ଅଲଗା କରିଦେଲେ ହାତରୁ ପାପୁଲି , ପୁରୁଣା ଶତ୍ରୁତାରୁ ପ୍ରତିଶୋଧ !

Published By : Prameya-News7 Bureau | November 21, 2020 IST

ସୋନପୁର ୨୧।୧୧: ସୋନପୁର ଜିଲ୍ଲା ତରଭା ଥାନା ଦୈତପୁର ଗାଁରେ ନିକଟୁ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକ ଅରଖପଦର ଗାଁର ପିତାମ୍ବର ମହାକୁର ବୋଲି ଜଣାପଡିଛି । ତାଙ୍କୁ କେହି ନିର୍ମମ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

{"id":365309,"sizeSlug":"large"}

ଖବର ଅନୁଯାୟୀ,  ଅରଖପଦର ଗାଁର ପିତାମ୍ବର ମହାକୁରଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଧାରୁଆ ଅସ୍ତ୍ରରେ ପିତାମ୍ବରଙ୍କ ହାତ ଓ ପାପୁଲିକୁ କାଟି ଦେଇଥିବା ବେଲେ ମୃତଦେହ ନିକଟରେ ଏକ ଲୁହା ଛଡ଼ ଓ ଠେଙ୍ଗା ପଡିଥିବାର ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି ।

{"id":365310,"sizeSlug":"large"}

ଘଟଣାସଂପର୍କରେ ଖବର ପାଇ ତରଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରୁଛି । ଏହା ସହିତ ବଲାଙ୍ଗୀରରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ତେବେ ହତ୍ୟା ସନ୍ଦେହରେ ଅରଖାପଦର ଗାଁ ଯୁଧିଷ୍ଠିର ନାଗଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ରହିଛି ।  ତେବେ ହତ୍ୟା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ତଥ୍ୟ ପୋଲିସ ହାତ ଲାଗିନାହିଁ । ତଦନ୍ତ ଅଧିକ ହେଲେ ଘଟଣାରୁ ପରଦା ହଟିବ ବୋଲି ଆଶା କରାଯାଉଛି ।  

{"id":365311,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.