ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
19/01/2021 at 9:54 AM

ସୋନପୁର ୧୯।୦୧ : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡ ବ୍ଲକ ମହଦା ପରଞ୍ଚାୟ ପାଲା ଗାଁରେ ଚାଞ୍ଚଲ୍ୟ । ପୁଅର ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରୁ ପୁଅ ହୋଇଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ପାଲା ଗାଁର ସୁରଲି ତସା ଓ ତାଙ୍କ ପୁଅ ରାଜା ଇଟା ପକାଇବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ରାଜା ତସା ରାଗି ଯାଇ ବାପା ସୁରଲିଙ୍କୁ ଆକ୍ରମଣ କରିଥିଲା । ପୁଅର ଆକ୍ରମଣରେ ବାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏହାପରେ ପୁଅ ବାପାର ଶବ କେଉଁଠାରେ ପୋତି ଫେରାର ହୋଇଯାଇଛି । ସେପଟେ ଘଟଣାସଂପର୍କରେ ଖବର ପାଇ ବୀରମହାରାଜପୁର ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରି ଶବ ପୋତିବା ସ୍ଥାନକୁ ନେଇଥିବା ଜଣାପଡିଛି ।