ବିଚ୍ ରାସ୍ତାରେ ରଙ୍ଗମସ୍ତ୍ରୀଙ୍କୁ ହତ୍ୟା, ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ !

Published By : Prameya-News7 Bureau | October 06, 2020 IST

ସାନଖେମୁଣ୍ଡି ୦୬।୧୦: ବିଚ୍‌ ରାସ୍ତାରେ ରଙ୍ଗମସ୍ତ୍ରୀଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଧରାକୋଟ ଥାନା ଚିକିଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ଶେରଗଡ଼ ଅଞ୍ଚଳର ସନ୍ୟାସୀ ସେଠୀ ବୋଲି ଜଣାପଡିଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଧରାକୋଟ ଓ ବଡଗଡ ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

{"id":339346,"sizeSlug":"large"}

ଖବର ଅନୁଯାୟୀ, ଚୂନ ଲିପିବା ପାଇଁ ସନ୍ୟାସୀ ଯାଉଥିବା ଚିକିଲି ମୁଖ୍ୟ ରାସ୍ତାରେ ତାଙ୍କୁ ହତ୍ୟା କରାଯାଇଛି । ମୃତଦେହ ନିକଟରୁ ଏକ ସାଇକେଲ ଉଦ୍ଧାର କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଧରାକୋଟ  ଓ ବଡଗଡ ପୋଲିସର ତଦନ୍ତ ଜାରି ରଖିଛି ।

{"id":339347,"sizeSlug":"large"}

ସନ୍ୟାସୀ ପୂର୍ବରୁ କୌଣସି ମାମଲାରେ ଜେଲ୍‌ ଯାଇଥିଲେ, କିନ୍ତୁ ଗତ କିଛି ଦିନ ହେଲା ସେ ଜାମିନ୍‌ରେ ଆସିଥିଲା । କିନ୍ତୁ ଆଜିର ହତ୍ୟାକାଣ୍ଡ, ଅନେକ ପ୍ରଶ୍ନ ସୃଷ୍ଟି କରିଛି । କଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ? କିଏ ହତ୍ୟାକାଣ୍ଡ କରିଛି ? ଏପରି ଅନେକ ପ୍ରଶ୍ନର ଖିଅ ପୋଲିସକୁ ଖୋଜିବାକୁ ବାକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.