ମାନସିକ ବିକୃତ ମହିଳାଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 05, 2021 IST

ସାନଖେମୁଣ୍ଡି ୦୫।୦୬ : ଶେରଗଡ଼ ଥାନା ସାରଙ୍ଗୁଗୁଡା ଛକ ନିକଟସ୍ଥ ବିଶ୍ରାମ ଗାର ନିକଟରେ ମାନସିକ ବିକୃତ ମହିଳାଙ୍କୁ ହତ୍ୟା କରାଯାଇଛି l ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ୱଷ୍ଟ ରହିଛି  l ପୋଲିସର ତଦନ୍ତ ଜାରି  l ଘଟଣାସ୍ଥଳରେ ସାଇଣ୍ଟି ଫିକ ଟିମ ସନ୍ଧାନୀ କୁକୁରର ଛାନଭିନ୍‌ ଜାରି ।

ଖବର ଅନୁଯାୟୀ, ଶେରଗଡ଼ ଥାନା ସାରଙ୍ଗୁଗୁଡା ବିଶ୍ରାମାଗାର ନିକଟରେ ଜଣେ ମାନସିକ ବିକୃତ ବ୍ୟକ୍ତି ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତ ମହିଳା ପରିଚୟ ମିଳିଛି । ସେହିପରି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ଏକ ଧାରୁଆ କାତିରେ ମହିଳାଙ୍କ ବେକକୁ ଚୋଟ ପକାଇବାରୁ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.