Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା

20/01/2021 at 11:49 AM

ସାନଖେମୁଣ୍ଡି ୨୦।୦୧ : ରାଗ ଆଗରେ ଫିକା ପଡିଗଲା ମାର ମମତା । ନିଜ ଜନ୍ମକଲା ମାକୁ ପିଟି ପିଟି ହତ୍ୟା କରିଛି ପୁଅ । ଯେଉଁ ପୁଅ ପାଇଁ ଅନେକ ଯନ୍ତ୍ରଣା ସହିଥିଲା ମାଆ । ଆଜି ସେହି ମାଆକୁ ପିଟି ପିଟି ହତ୍ୟା କରି ଦେଇଛି ପୁଅ । କ୍ଷଣିକେ ପାଇଁ ବି ଭାବିଲାନିଁ ମାଆର ସ୍ନେହ ଓ ମମତା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଣପଲ୍ଲୀ ଗାଁରେ ଏପରି ଏକ ଘଟଣା ଘଟିଯାଇଛି । ନିଜ ଜନ୍ମକଲା ମାଆକୁ ପିଟି ପିଟି ହତ୍ୟା କରିଦେଇଛି ପୁଅ ।

ଖବର ଅନୁଯାୟୀ,  ପୂର୍ବରୁ ଅନେକ ସମୟରେ ମାଆ ଓ ପୁଅଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଏପିରିକି ପୁଅର  ମଦ ପିଇବାକୁ ନେଇ ବାରମ୍ବାର ମାଆ ଝଗଡ଼ା ଲାଗୁଥିଲା । ମା ଯେତେ ଆକଟ କରୁଥିବା କି ବାରଣ କରୁଥିଲେ ବି ପୁଅ ଶୁଣିବାକୁ ନାରାଜ ଥିଲା । ଶେଷରେ ମଙ୍ଗଳବାର ରାତିରେ ମଦ ପିଇବାକୁ ନେଇ ମା-ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଲା । ଅନେକ ସମୟ ଧରି ଏପରି ଝଗଡା ଲାଗିରହିଥିଲା । ଶେଷରେ ପୁଅ ରାଗିଯାଇ ହାତୁଡିରେ ମାକୁ ଆକ୍ରମଣ କରିଥିଲା । ଯେଉଁଥିରେ ମା ଆହତ ହୋଇଥିଲେ । ଏତିକିରେ ପୁଅର ରାଗ ଶାନ୍ତି ହୋଇନଥିଲା । ହାତୁଡିରେ ପିଟିପିଟି ମାଆକୁ ହତ୍ୟା କରିଦେଇଛି ପୁଅ । ମୃତକ ସରସ୍ୱତୀ ପଲେଇ । ହତ୍ୟା କାଣ୍ଡ ସଂପର୍କରେ ପୋଲିସକୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତ ପୁଅ ସନ୍ନ୍ୟାସୀ ପଲେଇ ବୋଲି ଜଣାପଡିଛି ।

   Related Posts