ମଦ ପିଇ ଗାଲିଗୁଲଜ କରୁଥିଲେ, ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା !

Published By : Prameya-News7 Bureau | August 06, 2021 IST

ସମ୍ବଲପୁର ୦୬।୦୮: ମଦ ପିଇ ଅସଭ୍ୟ ଭାଷାରେ ଗାଳି କରୁଥିଲେ, ଅଟକ କରିବାରୁ ଜଣେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏନେଇ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ସମ୍ବଲପୁର ମାଲତୀ ଗୁଣ୍ଡେରପୁର ଠାରେ ରାସ୍ତାରୋକ କରିଛନ୍ତି ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

{"id":491537,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗାଁର ଶୁଶୀଲ ବାଗ ମଦ ପିଇ ଆସି ପ୍ରତିଦିନ ପରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା | ତେବେ ଗାଁର ବୃଦ୍ଧା ମାଖନୀ ବାଗ ଏହାକୁ ବିରୋଧ କରିବାରୁ ସୁଶୀଲ ବାଗ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି | ଯାହାଫଳରେ ସ୍ଥାନୀୟ ଲୋକେ ମୃତଦେହ ରଖି ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.