ବ୍ରିଜ ତଳେ ପଡିରହିଛି ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଛି !

Published By : Prameya-News7 Bureau | August 04, 2021 IST

ସମ୍ବଲପୁର ୦୪।୦୮ : ବ୍ରିଜ ତଳେ ପଡିଛି ମୃତଦେହ । ସମ୍ବଲପୁର ବୁର୍ଲା ଥାନା ଚାଉଁରପୁର ମହାନଦୀ ବ୍ରିଜ ନିକଟରେ ପଡିରହିଛି ମୃତଦେହ। ମୃତ ବ୍ୟକ୍ତିଙ୍କ ନାମ ହରେକୃଷ୍ଣ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସମ୍ବଲପୁର ବୁର୍ଲା ଥାନା  ଚାଉଁରପୁର ମହାନଦୀ ବ୍ରିଜ ଉପରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍ ଜାରି ରଖିଛି । ମୃତଦେହଟି ବୁଦା ତଳେ ଢଙ୍କା ହୋଇରହିଥିଲା ।

ସେପଟେ ପୋଲିସ ଛାନ୍‌ଭିନ୍‌ରୁ ମୃତକଙ୍କ ପରିଚୟ ମିଳିଛି ।  ମୃତକ ହେଉଛନ୍ତି ସମ୍ବଲପୁର ପିଡବ୍ଲୁଡି କଲୋନୀର ହରେକୃଷ୍ଣ ନାଏକ ବୋଲି ଜଣାପଡିଛି |  ଏହା ହତ୍ୟା ନା ଆତ୍ମହତ୍ୟା ତାବା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.