Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପିତା ସାଜିଲା ନୃଶଂସ, ୩ ବର୍ଷର ଝିଅକୁ ହତ୍ୟା କଲା ବାପା

12/06/2021 at 1:10 PM

କୁଚିଣ୍ଡା ୧୨।୦୬: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ୩ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ଝିଅ ଓ ମାକୁ ହତ୍ୟା ଉଦ୍ୟମ । ସମସ୍ତେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

ଖବର ଅନୁଯାୟୀ, ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଶୁକ୍ରୁ ଓରାମ ନାମକ ଜଣେ ବ୍ୟକ୍ତି ନିଜର ୩ ବର୍ଷର ଝିଅକୁ ହତ୍ୟା କରିଛି । ଏହାସହିତ ଆଉ ୩ଜଣ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ସେମାନେ କୌଶଳକ୍ରମେ ବର୍ତ୍ତିଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟାଇବା ପରେ ନିଜ ଆତ୍ମହତ୍ୟା ଉଦ୍ୟମ କରିଥିଲା ଶୁକ୍ରୁ । ଘଟଣାସଂପର୍କରେ ପୋଲିସ ପହଞ୍ଚି ଶୁକ୍ରୁଙ୍କୁ ଗୁରୁତର ଭାବେ ଉଦ୍ଧାର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts