ପରକୀୟା ପ୍ରୀତିର କରୁଣ ପରିଣତି, ଭାଇକୁ ଟାଙ୍ଗିଆରେ ହାଣିଲା ଭାଇ

Published By : Prameya-News7 Bureau | June 30, 2021 IST

ସାଲେପୁର ୩୦।୦୬: ପରକୀୟା ପ୍ରୀତିର କରୁଣ ପରିଣତି । ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରାଯାଇଛି । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । କଟକ ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟଚ ଜଗନ୍ନାଥପୁର ଗାଁରେ ଘଟିଛି ଘଟଣା ।

{"id":473386,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ଜଗନ୍ନାଥପୁର ଗାଁର  ଉମେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ  ଗୌରାଙ୍ଗ ସ୍ୱାଇଁକୁ ତାଙ୍କ ବଡ ବାପା ପୁଅ ବିଷ୍ଣୁ ସ୍ୱାଇଁ  ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କରିଛି । ଯାହାକି ପୁରା ଅଞ୍ଚଳରେ  ଆତଙ୍କ ଖେଳିଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ,  ବିଷ୍ଣୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ  ଗୌରଙ୍ଗ  ବିବାହିତ ହୋଇ ମଧ୍ୟ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏପିରିକି ଫୋନ୍‌କୁ ମେସେଜ କରୁଥିଲେ ।

ତେବେ ମଙ୍ଗଳବାର ସଂଧ୍ୟାରେ ବାଡିରେ ପଶି ଟଣା ଓଟରା କରିବାରୁ ବିଷ୍ଣୁ ରାଗିଯାଇ ଏକ ଟାଙ୍ଗିଆରେ ଗୋଡାଇ ଗୋଡାଇ ଗୌରାଙ୍ଗକୁ ହାଣିଥିବା ପୋଲିସକୁ କହିଛନ୍ତି ।  ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ଅଟକ ରଖି ତଦନ୍ତ ଜରିରଖିଛି। ପୋଲିସ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.