Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପାରିବାରିକ କଳହ ନେଲା ଜୀବନ ! ହାତ କାଟି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

26/12/2020 at 3:38 PM

ସାଲେପୁର ୨୬।୧୨ : ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ମୀନାକ୍ଷୀ ପରିଡ଼ା ବୋଲି ଜଣାପଡିଛି । ଘର ଭିତରେ ମହିଳାଜଣଙ୍କ ନିଜ ହାତ କାଟି ଦେଇଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ପାରିବାରିକ କଳକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ।

ଖବର ଅନୁଯାୟୀ, କିଛି ଦିନ ତଳେ ଅଶୋକ ପରିଡ଼ାଙ୍କ ସହ ମୀନାକ୍ଷୀଙ୍କ ସହିତ ବିବାହ କରିଥିଲେ । ପୁଅର ବିବାହରେ ବାପା ରାଜି ନଥିଲେ, ତେଣୁ ଏହାକୁ ନେଇ ପରିବାର ଭିତରେ ଝଗଡ଼ା ଲାଗିରହିଥିଲା । ଏପିରିକି ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିବା ସୂଚନା ମଧ୍ୟ ରହିଛି । ଏପରିକି ସ୍ୱାମୀ ମଧ୍ୟ ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିନି ଦିନ ଭିତରେ ବିବାଦ ଲାଗିରହିଥିଲା । ଉଭୟଙ୍କ ମଧ୍ୟରେ କଣ ଯେ ଘଟିଲା, ସ୍ତ୍ରୀ ଏବେ ଆତ୍ମହତ୍ୟା କରିଛନ୍ତି । ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ପୋଲିସ ।

   Related Posts