ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀ ମୃତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

Published By : Prameya-News7 Bureau | December 19, 2020 IST

ରାଉରକେଲା ୧୯।୧୨ : ରାଉରକେଲାରେ ପୁଣି ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି  । ମୃତକଙ୍କ ନାମ ସରୋଜ ସାହୁ ବୋଲି ଜଣାପଡ଼ିଛି । ଘଟଣାସ୍ଥଳର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ , ଶୁକ୍ରବାର ଏସ୍ ଟିଆଇ ଫ୍ଲାଏ ଓଭର ପାଖରେ ସୁନା ଦୋକାନ କର୍ମଚାରୀ ସରୋଜ ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ IGHରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରୋଜଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କିଛି ଦିନ ତଳେ ରାଉରକେଲାରେ ସୁନା ବ୍ୟବସାୟୀ ନରେଶ ସୋନିଙ୍କ ଉପରଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.