Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଗଛରେ ଝୁଲୁଥିଲା ମହିଳାଙ୍କ ମୃତଦେହ, ପୁଅ ଓ ଝିଅଙ୍କ ଅଭିଯୋଗ- ମାଆଙ୍କୁ ହତ୍ୟା କରିଛି ବାପା

15/12/2020 at 2:56 PM

ରେମୁଣା ୧୫।୧୨:  ଗଛରେ ଝୁଲୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଶ୍ରୀକୃଷ୍ଣପୁର ଗାଁରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ବାପା ହତ୍ୟା କରିଥିବା ଅଭିଯୋଗା ଆଣିଲେ ପୁଅ ଓ ଝିଅ

ଖବର ଅନୁଯାୟୀ,  ଶ୍ରୀକୃଷ୍ଣପୁର ଆଦିବାସୀସାହି ଅଂଚଳର ଶିବାନୀ ସିଂ । ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ଦ୍ୱିତୀୟ ବିବାହ କରିଥିଲେ। ୬ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର। ହେଲେ ଦ୍ୱିତୀୟ ସ୍ୱାମୀଙ୍କ ସହ ଦୈନିକ ବିବାଦ ଲାଗି ରହିଥିଲା। ସେହିପରି ଗତକାଲି ମଧ୍ୟ ଶିବାନୀ ଓ ଉମେଶଙ୍କ ସହ ଝଗଡା ହୋଇଥିଲା । ଉମେଶ ତାଙ୍କ ମାଆକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଶିବାନୀଙ୍କ ପୁଅ ଓ ଝିଅ। ଏନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରାଯାଇଥିଲା । 

ଶିଳ୍ପାଞ୍ଚଳ ପୋଲିସ ସାଇଣ୍ଟିଫିକ ଟିମ ସହ ପହଂଚି ମୃତଦେହକୁ ଗଛରୁ କାଢିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି। ତେବେ ଏହି ଘଟଣାରେ ଦୁଇ ଝିଅଙ୍କ ଅଭିଯୋଗ କ୍ରମେ ପୋଲିସ ଉମେଶକୁ ଥାନାକୁ ନେଇ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଏହି ହତ୍ୟା ପଛରେ କାହାର କାହାର ସମ୍ପୃକ୍ତି ଅଛି । ସେନେଇ ମଧ୍ୟ  ପୋଲିସ ସନ୍ଧାନ ଜାରି ରଖିଥିବା ସୂଚନା ଦେଇଛନ୍ତି ତଦନ୍ତକାରି ଅଫିସର।

   Related Posts