ଜମିବାଡ଼ି ବିବାଦକୁ ନେଇ ତୀରମାଡ଼, ଯୁବକ ମୃତ

Published By : Prameya-News7 Bureau | October 21, 2020 IST

ରାଇରଙ୍ଗପୁର ୨୧।୧୦: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁକୁଡିମଣ୍ଡି ଗାଁରେ ଅଭାବନୀୟ ଘଟଣା । ତୀରମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ କୁକୁଡିମଣ୍ଡି ଗାଁର ସମରା ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗୋରୁମହିଷାଣି ଥାନା କୁକୁଡ଼ିମୁଣ୍ଡି ଗାଁର ଜମି ବାଡ଼ିକୁ ନେଇ ବିବାଦ ଲାଗିରହିଥିଲା । ଉଭୟ ଅନେକ ଥର ମୁହାଁମୁହିଁ ପରିସ୍ଥିତିରେ ମାଡ଼ପିଟ ହୋଇଥିବାର ମଧ୍ୟ ଖବର ରହିଛି । କିନ୍ତୁ ଶେଷରେ ଲାଗିରହିଥିବା ବିବାଦକୁ ନେଇ ତୀରମାଡ଼ରେ ସମରା ଦେହୁରୀ  ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଅଭିଯୁକ୍ତ ଛୋଟରାୟ ଦେହୁରୀ ଘଟଣା ପରେ ଫେରାର ରହିଛନ୍ତି । ହତ୍ୟାକାଣ୍ଡ ବିଷୟରେ ଖବର ପାଇ ଗୋରୁମହିଷାଣି ଥାନା ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.