ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ, ଥାନାରେ ମାରଣାସ୍ତ୍ର ସହ ଆତ୍ମସମର୍ପଣ

Published By : Prameya-News7 Bureau | March 09, 2021 IST

ରାଇରଙ୍ଗପୁର ୦୯।୦୩: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ମହିଳାଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲା ଯୁବକ । ମୃତ ମହିଳା ମେଚସ ସିଙ୍କୁ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା  ଜାମଦା ଥାନା ମାନବିର ରୋଡସାହି ଗାଁରେ ଘଟିଛି ଘଟଣା । ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ମହିଳା ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ବଚସାଟି ଅତି ଭୟଙ୍କର ରୂପ ନେଇଥିଲା । ଯୁବକ ଦେବେନ୍ଦ୍ର ନାଏକ ନିକଟରେ ଥିବା ଟାଙ୍ଗିଆରେ ମହିଳାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ କି ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ତେବେ ମହିଳାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଯୁବକ ଦେବେନ୍ଦ୍ର ନାଏକ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଘଟଣାସ୍ଥଳକୁ ଡକାଯିବାର ସମ୍ଭାବନା ମଧ୍ୟ ରହିଛି । ତେବେ କେଉଁ କାରଣ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ କଲେ ଘଟଣାରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.