Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ନୂଆବୋହୂକୁ ବର୍ଷେ ବି ସୁଖରେ ରହିବାକୁ ଦେଲେନି, ଯୌତୁକ ଜୁଇରେ ଜଳିଗଲା ଅସୁମାରୀ ସ୍ୱପ୍ନ

28/06/2021 at 1:32 PM

ଫୁଲବାଣୀ ୨୮।୦୬: ବାହାଘରର ଛଅ ମାସ ହୋଇଛି କି ନାହିଁ ନବ ବଧୂକୁ ଶାଶୁଘର ଲୋକେ ନିର୍ମମ ଭାବେ ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏନେଇ ଖଜୁରୀପଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୌତୁକ ଜନିତ କାରଣରୁ ହତ୍ୟା କରଯାଇଥବା ଅଭିଯୋଗ ଆଣିଛନ୍ତି ନବବଧୂଙ୍କର ପରିବାର ଲୋକେ । ମୃତକ ହେଲେ ସୌଦାମିନୀ ବେହେରା l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ସିଡିଙ୍ଗି ଗ୍ରାମରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲା ବାଣି ଗୋଛା ଥାନାଅଞ୍ଚଳର ରୁପା ଝରି ଗ୍ରାମର ସ୍ୱର୍ଗତ ଲାବଣ୍ୟ ବେହେରାଙ୍କ ଝିଅ ସୌଦାମିନି  ଖଜୁରୀପଡା ଥାନା ଅଞ୍ଚଳର ସିଡିଙ୍ଗ ଗ୍ରାମର ସ୍ଵର୍ଗତ ନିଳକଣ୍ଠ ନାୟକଙ୍କ ପୁଅ କୁବେରଙ୍କୁ ଛଅ ମାସ ତଳେ ବିବାହ କରିଥିଲା । ବିବାହ ପର ଠାରୁ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମାମୁ ପଞ୍ଚୁ ନାୟକ ଅଭିଯୋଗ କରିଛନ୍ତି । ଗତ ଦୁଇଦିନ ତଳେ ଶାଶୁଘର ଲୋକେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ନେଇ ସୌଦାମିନୀ ମାମୁଙ୍କୁ ଫୋନ କରି ରାତିରେ ଜଣାଇଥିଲ। ଏବଂ ଏଠାରୁ ନେଇ ଯିବା ଲାଗି କହିଥିଲା।

ତେବେ ଲକଡ଼ାଉନ ଯୋଗୁଁ ଗାଡି ମଟର ବନ୍ଦ ଥିବାରୁ  ପରିବାର ଲୋକେ ଆସିପାରିନଥିଲେ। ହେଲେ ଗତକାଲି ତମ ଝିଅ ସୌଦାମିନି କେଉଁ ଆଡେ ଚାଲିଯାଇଛି ବୋଲି ଫୋନ୍‌ ଆସିଥିଲା । ତେବେ ରାତି ୧୧ରେ  ସୌଦାମିନି ମରିଯାଇଥିବା ନେଇ ସୂଚନା ଦେଇଥିଲେ। ସୌଦା ମିନିଙ୍କ ମାମୁ ଓ ଅନ୍ୟମାନେ ସିବିଙ୍ଗ ଆସି ପହଞ୍ଚିବା ବେଳେ ସୌଦାମିନୀର ମୃତଦେହ ଘର ପିଣ୍ଡାରେ ପଡିଥିବା ଦେଖିଥିଲେ । ପଚାରିବା ପରେ ସୌଦାମିନି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ,  ଆମେ ଖୋଲି ଆଣି ପିଣ୍ଡାରେ ରଖିଛୁ ବୋଲି କହିଥିଲେ ।  ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି । ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

   Related Posts