ମଦ ପିଇ ପ୍ରଥମେ ସ୍ତ୍ରୀକୁ ମାରିଲା, ପରେ ୪ ଶିଶୁଙ୍କୁ କରିଦେଲା ହତ୍ୟା

Published By : Prameya-News7 Bureau | December 01, 2020 IST

ପାଟନା ୦୧।୧୨ : ସ୍ୱାମୀ ସାଜିଲା ହତ୍ୟାକାରୀ । ନିଜ ପତ୍ନୀ ଓ ୫ ସନ୍ତାନଙ୍କୁ ଟାଙ୍ଗିଆରେ ହାଣିଛି ଅଭିଯୁକ୍ତ ।  ଏହି ହୃଦୟ ବିଦାରକ ହତ୍ୟା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବିହାରର ସୋବାନ ଅନ୍ତର୍ଗତ ଆଲମର୍ଦ୍ଦାନପୁର ଗାଁରେ ସୋମବାର ଦିନ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।  

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ବିହାର ଭଗବାନପୁର ଥାନା ଅଞ୍ଚଳର ଆଲିମର୍ଦାନପୁର ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ସୋମବାର ଦିନ ବିଳମ୍ବିତ ରାତିରେ ଜଣେ ବୟସ୍କ ବ୍ୟକ୍ତି ନିଜ ପତ୍ନୀ ଏବଂ ୫ଜଣ ଶିଶୁଙ୍କୁ ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ନିର୍ମମ ଭାବେ ହାଣିଛି । ତେବେ ଘଟଣାରେ ୪ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁଅ ଥିବା ବେଳେ ଜଣେ ଝିଅଙ୍କ ମୃତ୍ୟୁ ହୋଇଛି । ସେହିପରି ଆହତ ଥିବା ପତ୍ନୀ ଓ ଅନ୍ୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାଟନା ମେଡ଼ିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଏଭଳି ଘଟଣା ପରେ ନିଜ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ପୋଲିସ ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସେହିପରି ବିହାରର ନବାଦା ଜିଲ୍ଲାରେ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପତ୍ନୀ ଓ ୨ ସନ୍ତାନଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ୪୫ ବର୍ଷୀୟ ପତ୍ନୀ, ୧୩ ବର୍ଷୀୟ ପୁଅ ଏବଂ ୧୦ ବର୍ଷୀୟ ପୁଅ ରହିଛନ୍ତି । ତିନିଜଣଙ୍କ ମୃତଦେହ ରାସ୍ତାକଡ଼ରେ ଥିବା ତାଙ୍କ ଘର ଭିତରେ ଥିବା ଖଟ ତଳେ ମିଳିଥିଲା ।  ତିନି ମୃତକଙ୍କ ବେକରେ ଶାଢୀ ଲଗାଇ ମାରି ଦିଆଯାଇଛି । ତେବେ ଘଟଣାସଂପର୍କ ପୋଲିସ ଜାଣିପାରି ତଦନ୍ତ ଆରମ୍ବ କରିଛି । ପୋଲିସ ମୁତାବିକ , ସମସ୍ତଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିଲା । କିନ୍ତୁ ତାହା ପୂର୍ବରୁ ପୋଲିସ ସମସ୍ତ ମୃତଦେହକୁ ଜବତ କରିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ୨ୟ ପତ୍ନୀ କରିଥିବା ସନ୍ଦେହ କରାଯାଉଛି । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଆଉ ଜଣେ ପତ୍ନୀ ରହିଛନ୍ତି । ତେବେ ଘଟଣାର ଅଧିକ ଛାନ୍‌ଭିନ୍‌ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.