ଭୁଲିଗଲା ସଂପର୍କ, ପୁତୁରାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା କକା

Published By : Prameya-News7 Bureau | July 12, 2021 IST

ପାଟଣା ୧୨।୦୭:  ଗାଁ ମୁଣ୍ଡ ଆକାଶିଆ ଜଙ୍ଗଲରୁ ମୃତଦେହ ଠାବ । ମୃତକ ଦିବାକର ମହାନ୍ତ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ବାରିଆବନ୍ଧ ସାହିରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ବାରିଆ ଥାନା ବାରିଆବନ୍ଧ ସାହିରେ ପୂର୍ବଶତୃତାକୁ କେନ୍ଦ୍ର କରି ପୁତୁରାକୁ ଠେଙ୍ଗାରେ ପିଟି ପିଟି ପୁଅ ସହ ହତ୍ୟା କରିଛି କକା। ମୃତକ ବନ୍ଦ ସାହିର ଦିବାକର ମହାନ୍ତ । ଗାଁ ମୁଣ୍ଡ ଆକାଶିଆ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ଅଭିଯୁକ୍ତ କାକା ଭରତ ମହାନ୍ତ ଓ ତାଙ୍କ ପୁଅ ଦୁର୍ଯ୍ୟୋଧନ ମହାନ୍ତଙ୍କ ଅଟକ ରଖିଛି ପୋଲିସର । ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ବୋଲି ସୂଚନା ମିଳିଛି ।

ତେବେ କେଉଁ କାରଣକୁ ନେଇ ଉଭୟଙ୍କର ପୂର୍ବ ଶତ୍ରୁତା ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନି । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ କିଛି ରହସ୍ୟରୁ ପରଦା ହଟିପାରିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.