Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ସଂକ୍ରମିତ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ପରେ ନିଜେ ଛାତରୁ ଡେଇଁ କଲା ଆତ୍ମହତ୍ୟା

27/04/2021 at 9:59 AM

ପାଟନା ୨୭।୦୪:  କରୋନା ଉଜାଡିଦେଲା ସଂସାର । ପତ୍ନୀ କରୋନା ସଂକ୍ରମିତ ଜଣାପଡିବା ପରେ ହତ୍ୟା କରିଦେଲା ସ୍ୱାମୀ  । ତାପରେ ନିଜ ଛାତରୁ ଡେଇଁ ନିଜ ଆତ୍ମହତ୍ୟା କରିଛି । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବିହାର ରାଜଧାନୀ ନିକଟବର୍ତ୍ତୀ ଏକ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଦେଇଛି । ତାହା ପୁଣି ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ସ୍ତ୍ରୀଙ୍କୁ ମାରିବାର କାରଣ ହେଉଛି, ମହିଳା ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ । ସେଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି ।  ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିଦେଇଛି । ମୃତକ ସ୍ୱାମୀଙ୍କ ନାମ ଅତୁଳ ଲାଲ୍‌ ବୋଲି ଜଣାପଡିଛି । ସେ ଜଣେ ରେଳ ବିଭାଗର କର୍ମଚାରୀ ଅଟନ୍ତି । ମୃତ ପତ୍ନୀ ଜଣଙ୍କ ଏକ ଘରୋଇ ସଂସ୍ଥାରେ କାମ କରନ୍ତି ।

ରେଳ ବିଭାଗରେ କାର୍ଯ୍ୟରତ ଅତୁଳ ଲାଲ୍‌ ନିଜ ପତ୍ନୀଙ୍କ କରୋନା ଟେଷ୍ଟ କରାଇଥିଲେ। ଯାହାପରେ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ନିଜ ପତ୍ନୀଙ୍କୁ ହତ୍ୟା କରିଦେଇଛନ୍ତି ଅତୁଲ । ଏହାପରେ ଅତୁଲ ନିଜ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛି । ପୋଲିସ ମାମଲାର ଛାନ୍‌ଭିନ୍ ଜାରି ରଖିଛି । ପୋଲିସ ପାଟନା ନିକଟବର୍ତ୍ତୀ ରେଳ ଅଧିକାରୀଙ୍କ ଘରୁ ଅନେକ ସାମଗ୍ରୀ ଜବତ କରିଛି ।  ସେପଟେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ପୋଲିସ ହାତରେ କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି ।

   Related Posts