ମଧୁବନୀ ହତ୍ୟାକାଣ୍ଡ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ, ହୋଲି ଦିନ ବେରଙ୍ଗ ହୋଇଯାଇଥିଲା ଗୋଟିଏ ପରିବାରର ୫ ଜୀବନ
7/04/2021 at 12:24 PM

ପାଟନା ୦୭।୦୪: ବିହାରର ମଧୁବନୀ ଜିଲ୍ଲାରେ ହୋଲି ଦିନ ୫ଜଣଙ୍କୁ ନିର୍ମମ ହତ୍ୟା ଘଟଣା । ମାମଲାରୁ ମୁଖ୍ୟ ଅଭିଯୁକ୍ତ ନବୀନ ଝାଙ୍କୁ ବାନ୍ଧିଲା ପୋଲିସ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ କିଛି ଆଧିକାରିକ ସୂଚନା ଦିଆଯାଇନାହିଁ ।
ଖବର ଅନୁଯାୟୀ, ହୋଲି ମାନେ ୨୯ ମାର୍ଚ୍ଚ ଦିନ ମଧୁବନୀର ବେନିପଟ୍ଟିର ମହମ୍ମଦପୁର ଗାଁରେ ଗୋଟିଏ ପରିବାରର ୫ଜଣ ଭାଇଙ୍କି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେହି ଦିନ ଗୋଟିଏ ପକ୍ଷରୁ ୧୦ରୁ ୧୨ଜଣ ଲୋକ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରକୁ ଦିନ ଦ୍ୱିପହରରେ ଗୁଳି ଚାଳନା କରିଥିଲେ । ଏହି ଘଟଣାରେ ଅନ୍ୟ ଗୋଷ୍ଠୀ ୩ଜଣ ବ୍ୟକ୍ତି ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ସମସ୍ତେ ସଂପର୍କରେ ଭାଇ ହେବେ ।
ସେପଟେ ପୋଲିସ ଘଟଣାରେ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଥିଲା । ପୋଲିସ ଏବେ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ନବୀନ ଝାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।ଏହା ସହିତ ଆଉ ୨ଜଣ ସାଥୀଙ୍କୁ ମଧ୍ୟ ଗିରଫ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ ନେଇ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଘଣ୍ଟା ପରେ ହତ୍ୟା ଘଟଣା ନେଇ ପୋଲିସ ପ୍ରେସ୍ମିଟ୍ କରିବାର ସୂଚନା ମଧ୍ୟ ରହିଛି ।