ହାଟକୁ ଯାଇଥିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା, ଛଡାଇବାକୁ ଯାଇ ମହିଳା ଗୁରୁତର

Published By : Prameya-News7 Bureau | January 02, 2021 IST

ପାଟଣା ୦୨।୦୧: ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ କୁମୁଳାବାହାଳି ଗାଁର ହେମନ୍ତ ମହାନ୍ତ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁର ରଜାଭାଡି ସାହିରେ ଘଟିଛି ଅଭାବନୀୟ ଘଟଣା ଘଟିଛି ।

ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟା ସମୟରେ ଏରେଣ୍ଡେଇ ଗାଁ ନିକଟରେ ଥିବା ରଜାଭାଡ଼ି ସାପ୍ତାହିକ ହାଟକୁ ହେମନ୍ତ କୌଣସି କାମରେ ଯାଇଥିଲେ । କିନ୍ତୁ ଏହି ସମୟରେ ତାଙ୍କୁ କିଛି ଲୋକ ହଠାତ୍‌ ଠେଙ୍ଗାରେ ଆକ୍ରମଣ କରିଥିଲେ। ସେଠାରେ ସେ ଅଚେତ ହୋଇ ପଡିଯାଇଥିଲେ । ପରେ  ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲା । କିନ୍ତୁ ସେଠାରେ ହେମନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ସେହିପରି ଆକ୍ରମଣ ସମୟରେ ଘଟଣାସ୍ଥଳରେ ଥିବା ଜଣେ ମହିଳା ଠେଙ୍ଗାମାଡ଼ରେ ଗୁରୁତର ହୋଇଛନ୍ତି । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମୃତ ହେମନ୍ତଙ୍କ ବଡ଼ ଭାଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେମନ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.