Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଆଖି ପିଛୁଲାକେ ଉଜୁଡି ଗଲା ସଂସାର, ସ୍ୱାମୀକୁ ପିଟିପିଟି ହତ୍ୟା କଲେ ସ୍ତ୍ରୀ ଓ ୨ ଝିଅ

16/07/2020 at 1:51 PM

ପାଲଲହଡ଼ା ୧୬।୦୭: ପାରିବାରିକ କଳିକୁ ନେଇ ହତ୍ୟାକାଣ୍ଡ। ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟାକଲେ ସ୍ତ୍ରୀ ଓ ୨ ଝିଅ।  ମୃତକ ସୁନନ୍ଦ ପ୍ରଧାନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସିଲିଂ ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟାକଲେ ସ୍ତ୍ରୀ ଓ ୨ ଝିଅ । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା । ତେବେ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁନନ୍ଦ ପ୍ରଧାନ।

କୌଣସି କାରଣରୁ ପରିବାର ଭିତରେ ଗଣ୍ଡଗୋଳ ଲାଗି ରହିଥିଲା। ଏହି କଳହକୁ କେନ୍ଦ୍ର କରି ଆଜି ସ୍ତ୍ରୀ ଭାରତୀ ପ୍ରଧାନ  ଓ ଦୁଇ ଝିଅ ମିଶି କାଠ ଫଳିଆରେ ପିଟି ପିଟି ସୁନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ସୁନନ୍ଦଙ୍କ ସଂପର୍କୀୟ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି। ହତ୍ୟା ଅଭିଯୁକ୍ତ ମା’, ଝିଅ ଆତ୍ମ ସମର୍ପଣ କରିଛନ୍ତି। ତେବେ ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିବା ପରେ ଘଟଣାସମ୍ପର୍କରେ ବିସ୍ତୃତ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

   Related Posts