Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଅଙ୍କିତକୁ ଫସାଇ ସ୍ୱାମୀକୁ ହତ୍ୟା, ମାରପିଟ୍ କରୁଥିବାରୁ ସ୍ତ୍ରୀ ଘଟାଇଲା ଜଘନ୍ୟ କାଣ୍ଡ

11/04/2021 at 11:41 AM

ନୋଏଡ଼ା ୧୧।୦୪: ସ୍ୱାମୀଙ୍କୁ ରାସ୍ତାକୁ ହଟାଇବା ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ନେଇଥିଲେ ପର ପୁରୁଷର ସହାୟତା । ଆଉ ରଚିଥିଲା ହତ୍ୟାର ବ୍ଲୁପ୍ରିଣ୍ଟ । ଶେଷ ପର୍ଯ୍ୟନ୍ତ ନିଜ ଫ୍ଲାନକୁ ସଫଳ କରିବାକୁ ଉଦ୍ୟମ କରି ନିଜ ଜାଲରେ ପଡିଯାଇଥିଲା । ଆଉ ଛାଡିଦେଇଥିଲା ପୋଲିସ ପାଇଁ ସୁରାଗ୍‌। ଅତି ଚାଲାକ ଯେ ଭୟଙ୍କର, ତାହା ପ୍ରମାଣିତ ହୋଇଥିଲା । ଆଉ ଶେଷରେ ବନ୍ଧାହେଲେ ମୃତ ମୁକେଶଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ଅଙ୍କିତ୍ । ଉତ୍ତରପ୍ରଦେଶର ନୋଏଡ଼ା ସେକ୍ଟର ୪୯ ଥାନା ବରୋଲି ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ଖବର ଅନୁଯାୟୀ, ମୁକେଶ ଓ ସପନା ଗୋଟିଏ ଗାଁର ବାସିନ୍ଦା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଯାହାପରେ ଉଭୟ ଗାଁ ଛାଡି ବିବାହ କରି ନୋଏଡାରେ ରହିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ପରିବାରରେ ତିକ୍ତତା ଦେଖାଦେଇଥିଲା । ଏପରିକି ମୁକେଶ ସପ୍ନାଙ୍କୁ ମାର୍‌ପିଟ୍‌ କରିଥିଲା। ଲଗାତର ଭାବେ କିଛି ଦିନ ଏପରି ଚାଲୁରହିଲା । ଶେଷରେ ସପ୍ନା ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲା  ଷଡଯନ୍ତ୍ର ।

ନିଜ ସ୍ୱାମୀ ମୁକେଶକୁ ରାସ୍ତାରୁ ହଟାଇବା ପାଇଁ ପଡୋଶୀ ଯୁବକକୁ ନିଜ ପ୍ରେମ ଜାଲରେ ଫସାଇଥିଲା । ମୁକେଶକୁ ହଟାଇବାକୁ ହେଲେ ପଡୋଶୀ ଅଙ୍କିତଙ୍କୁ ବାଛିଥିଲା ସପ୍‌ନା । ପୂର୍ବ ଯୋଜନା ମୁତାବିକ ସପନା ପ୍ରଥମେ ଅଙ୍କିତକୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଏହାପରେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ କହିଥିଲା, କିନ୍ତୁ ମୁକେଶକୁ ହତ୍ୟା କରିବା ପାଇଁ ଅଙ୍କିତ ମନା କରିଦେଇଥିଲା । ଏହାପରେ ସପ୍ନା ଖେଳିଥିଲା ଆଉ ଏକ ଚାଲ୍‌ । ଯଦି ମୁକେଶକୁ ହତ୍ୟା ନକରିବୁ, ତେବେ ମୁଁ ତୋ ନାଁ ଦୁଷ୍କର୍ମ ଅଭିଯୋଗ ଆଣିବି ବୋଲି ଅଙ୍କିତଙ୍କ ଧମକ ଦେଇଥିଲା ସପ୍‌ନା । ଶେଷରେ ମୁକେଶକୁ ହତ୍ୟା କରିବା ପାଇଁ ଅଙ୍କିତ ରାଜି ହୋଇଥିଲା।

ଯୋଜନା ଅନୁସାରେ ସମୟ ଓ ସୁବିଧା ଦେଖି ମୁକେଶର ଗଳାଚାପି ହତ୍ୟା କରିଥିଲା ଅଙ୍କିତ ।  ସ୍ୱାମୀ ମୁକେଶ ଆତ୍ମହତ୍ୟା କରିଥିବା କଥାକୁ ଚାରିଆଡେ ଚର୍ଚ୍ଚା କରିଥିଲା ପତ୍ନୀ ସପ୍‌ନା । ଏହାପରେ ସପ୍‌ନା ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପହଞ୍ଚିଯାଇଥିଲା । ପୋଲିସ ସପ୍‌ନାକୁ ପଚରାଉଚରା କରିବାରୁ ସମସ୍ତ ଘଟଣାସଂପର୍କରେ ଅନେକ ତଥ୍ୟ ମିଳିଥିଲା । ପୋଲିସ ସପ୍‌ନା ଓ ପ୍ରେମିକଙ୍କୁ ଗିରଫ କରିସାରିଛି । ଯାହାପରେ ସମସ୍ତ ଘଟଣାରୁ ପରଦା ହଟିଛି ।

   Related Posts