Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନିଖୋଜର ୩ଦିନ ପରେ ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର ; ସୀମା ବିବାଦରେ ଫସିଛି ପୋଲିସ

14/04/2021 at 12:47 PM

ନିଆଳି ୧୪।୦୪ : ୩ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ପତ୍ତା । ତାହା ପୁଣି ଜଙ୍ଗଲରୁ ଝୁଲନ୍ତା ଅବସ୍ତାରେ । ବାଲିକୁଦା ଜଙ୍ଗଲରୁ ଠାବ ହୋଇଛି ମୃତଦେହ ।  ମୃତକ ନିଆଳି ଥାନା ଜଲ୍ଲାରପୁର ଗାଁର ଜଗନ୍ନାଥ ଅପଟ୍‌ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜଗନ୍ନାଥ ଗତ ୩ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ବାଲିକୁଦା ଜଙ୍ଗଲରେ ଥିବା ଏକ ଆକାଶିଆ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏନେଇ ତୁରନ୍ତ ନିଆଳି ପୋଲିସକୁ ଜଣାଇଥିଲା । ପୋଲିସ ଖବର ପାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିଲା । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯୁବକ ଜଣଙ୍କ ଗଛରେ ଝୁଲୁଥିବା ବେଳେ ଗୋଡ ୨ଟି କିପରି ତଳେ ଲାଗିରହିଛି । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଗିରଫ ଦାବିରେ ନିଆଳି ଚାରି ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟଲୋକେ । ଅନ୍ୟପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଆଳି ପୋଲିସ ଓ ବାଲିପାଟଣା ପୋଲିସ ମଧ୍ୟରେ ସୀମା ବିବାଦ ଦେଖାଦେଇଛି । ମୃତ୍ୟୁ ସ୍ଥଳ ଚିହ୍ନଟ ପାଇଁ ସରକାରୀ ଅମିନ ଆସି ମା କଲେ କେଉଁ ଥାନା ତଦନ୍ତ ଭାର ନେବ , ତାହା ସ୍ପଷ୍ଟ ହେବ । ଏବେବି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

   Related Posts