ପୁଅକୁ ମାରି ମା'ର ଆତ୍ମହତ୍ୟା ! ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

Published By : Prameya-News7 Bureau | July 19, 2021 IST

ନୟାଗଡ଼ ୧୯।୦୭ : ପୁଅକୁ ହତ୍ୟାକରି ମାର ଆତ୍ମହତ୍ୟା ସନ୍ଦେହ  । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁର ଘଟିଛି ଘଟଣା । କିନ୍ତୁ ସେପଟେ ମା ଓ ପୁଅଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଛି । ପୋଲିସ ଘଟଣାର  ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଖଣ୍ଡପଡ଼ା କିଆଝର ଗାଁର ପବିତ୍ର ସାହୁଙ୍କ ଝିଅ ମିଲିମଣି ୨୦୧୮ ମସିହାପରେ ଶଙ୍ଖେଇ ଗାଁର ପ୍ରସନ୍ନ ସାହୁଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ମିଲିଙ୍କୁ ଯୌତୁକ ନିର୍ଯ୍ୟାତନ ଦିଆଯାଉଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ବିବାହର ଏକ ବର୍ଷର ପରେ ପୁଅ ହେବାଠୁ ମିଲି ପ୍ରାୟ ୨ବର୍ଷ ଧରି ବାପ ଘରେ ରହିଆସୁଥିଲେ । କିନ୍ତୁ ଗାଁର ଭଦ୍ରଲୋକଙ୍କ ବୁଝାମଣା ପରେ ଗତ ୬ମାସ ହେଲା ମିଲି ଶାଶୁ ଘରେ ରହୁଥିଲେ । ପ୍ରସନ୍ନ ବାହାର ରାଜ୍ୟରେ ରହି କାମ କରୁଥିଲେ । ପ୍ରସନ୍ନ ମଝିରେ ମଝିରେ ଘରକୁ ଆସିଥାନ୍ତି । ଗାଁର କିଛି ଦିନ ରହିବା ପରେ ପୁଣି ଥରେ କାମକୁ ଫେରିଯାଆନ୍ତି । କିନ୍ତୁ ଗତ ୨ ଦିନ ତଳେ ଶାଶୁଘର ଲୋକ ୩ଲକ୍ଷ ଟଙ୍କା ମାଗୁଥିବା ନିଜ ବାପାଙ୍କୁ ଫୋନ୍‌ କରି ମିଲି ଜଣାଇଥିଲେ । ଟଙ୍କା ନଦେଲେ ମାରିଦେବାର ମଧ୍ୟ ଧମକ ଦେଉଥିଲେ ବୋଲି ମିଲି ବାପାଙ୍କୁ କହିଥିଲେ ।

ତେବେ ଏବେ ଘରୁ ମାଆ ଓ ପୁଅଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ, ମା-ପୁଅଙ୍କ ମୃତଦେହ ଖଟରେ ପଡିଥିବା ବେଳେ ଫ୍ୟାନ୍‌ରେ ଏକ ଲୁଗା ଝୁଲୁଥିବା ଦେଖିବାକୁ ମିଳିଛି । ତେଣୁ କିଭଳି ଉଭୟଙ୍କ ମୃତ୍ୟୁ ହେଲା , ତାହା ଏବେ ସନ୍ଦେହ ଘେରରେ । ଘରେ କିଛି ଆପତ୍ତିଜନକ ଜିନିଷ ପଡିନଥିବା ବେଳେ ଏକ ହାତଲେଖା ଚିଠି ମଧ୍ୟ ମିଳିଛି । ତେଣୁ ଘଟଣାର ତଦନ୍ତ ହେଲେ, ପ୍ରକୃତ ସତ ପଦାକୁ ଆସିବ ବୋଲି ମିଲିଙ୍କ ପରିବାର ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.