ଅମାନବୀୟ : ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Published By : Prameya-News7 Bureau | April 27, 2021 IST

ନବରଙ୍ଗପୁର ୨୭।୦୪ : ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା। ମୃତକ ହେଲେ ସ୍ତ୍ରୀ ପାର୍ବତୀ ଜାନୀ ଓ ସ୍ବାମୀ ନୀଳଧର ଯାନୀ। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା  ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁର ଘଟଣା। ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍ ଆରମ୍ଭ ।

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଛି।ମୃତକ ହେଲେ ସ୍ତ୍ରୀ ପାର୍ବତୀ ଜାନୀ ଓ ସ୍ବାମୀ ନୀଳଧର ଯାନୀ। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ  ଅସ୍ପଷ୍ଟ ରହିଛି । ଉଭୟ ରହୁଥିବା ଘର ଠାରୁ  ଏକ ଶହ ମିଟର ଦୂରରେ ଘଟିଛି ଘଟଣା। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି। ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ନେଇ କିଛି ତଥ୍ୟ ମିଳିବା ବୋଲି ପୋଲିସ ଆଶା କରିଛି । ସ୍ତ୍ରୀଙ୍କ ମୃତଦେହ ନିକଟରେ ଏକ ଟାଙ୍ଗିଆ ପଡିଛି । ସେଥିରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.