ଗୁଣି ଗାରେଡି ସନ୍ଦେହ, ଯୁବକଙ୍କୁ ଗଳାକାଟି ହତ୍ୟା

Published By : Prameya-News7 Bureau | May 08, 2021 IST

ମାଲକାନଗିରି ୦୮।୦୫: ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା । ମାଲକାନଗିରି ଜିଲ୍ଲା ନିଲିଗୁଡା ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ମୃତକ ହେଲେ ନିଲିଗୁଡା ଗାଁର ବୁଦୁରା ପଡିଆମି ।

ଖବର ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ବୁଦୁରାଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ପଡିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ପୋଲିସ ଘଟଣାର ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.