କୁରାଢୀରେ ହାଣି ନିର୍ମମ ହତ୍ୟା, ବାପା-ମାଆ ନଥିବା ବେଳେ ୪ ପୁଅ-ଝିଅଙ୍କୁ ମାରିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 17, 2020 IST

ମୁମ୍ବାଇ ୧୭।୧୦: ଗୋଟିଏ ପରିବାରର ୪ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହାରାଷ୍ଟ୍ର ଜଳହଗାଁଅରେ ଏହି ହତ୍ୟାକାଣ଼୍ଡ ଘଟିଛି । ୪ଜଣ ଶିଶୁଙ୍କୁ କୁରାଢୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ୨ଜଣ ଝିଅ ଥିବା ଜଣାପଡ଼ିଛି । ଯାହାଙ୍କ ବୟସ ୩ ରୁ ୧୨ ବର୍ଷ ମଧ୍ୟରେ ରହିଛି । ୪ଜଣଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଏବଂ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ । ପୋଲିସ ପକ୍ଷରୁ ତଦନ୍ତ ମଧ୍ୟ ଜାରି ରହିଛି । ସେହିପରି ଘଟଣାର ତଦନ୍ତକୁ ତ୍ୱିରତ କରିବା ପାଇଁ SIT ମଧ୍ୟ ଗଠନ କରାଯାଇଛି ।

{"id":345802,"sizeSlug":"large"}

ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳ ସମୟରେ ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଉଥିବା ବେଳେ ୪ଶିଶୁଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଯାହାପରେ ପୁରା ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଯାଇଥିଲା । ପରେ ପରେ ସ୍ଥାନୀୟ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ମୃତକଙ୍କ ନାମ ସୁମନ (୩), ଅନିଲ (୮), ରାଓ୍ୱଲ (୧୧), ସରିତା (୧୨) । ପୋଲିସ ଖବର ମିଳିବାମାତ୍ର ଘଟଣାସ୍ଥଳରେ ପହଞ୍ଚି ୪ଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁବରଣ କରିଥିବା ୪ଶିଶୁଙ୍କ ବାପା-ମାଆ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ମେହତାବ ଏବଂ ତାଙ୍କ ପତ୍ନୀ ରୁମାଲି ଭିଲାଲା ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ଥିବା ନିଜ ପୈତୃକ ଗାଁକୁ ବୁଲିବାକୁ ଯାଇଥିଲେ । ଘରେ ବାପା-ମାଆ ନଥିବା ସମୟରେ କିଏ ଓ କାହିଁକି ଏପରି ହତ୍ୟାକାଣ୍ଡ ଘଟାଇଛି । ତାହା ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ପତ୍ତା ମିଳିନାହିଁ । ସେପଟେ ପୋଲିସ ଗାଁରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ,  ପୁରା ଅଞ୍ଚଳକୁ ସିଲ୍‌ କରାଯାଇଛି । ଗାଁଲୋକଙ୍କ ବୟାନ ରେକର୍ଡ କରାଯାଉଛି । ତଦନ୍ତକୁ ଅଧିକ ତ୍ୱରିତ କରିବା ପାଇଁ ଏସ୍‌ଆଇଟି ଗଠନ କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.