Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଅନ୍ଧବିଶ୍ୱାସର କରୁଣ ପରିଣତି : ବାପା ସାଜିଲା ସୈତାନ, ୫ ବର୍ଷର ପୁଅକୁ ୭ ଖଣ୍ଡ କରି ମାଟିରେ ପୋତିଦେଲା

4/12/2021 at 11:22 AM

ଭୋପାଳ ୦୪।୧୨: ବାପା ନା ସଇତାନ । ଜନ୍ମ କଲା ପୁଅକୁ ବି ମାରିବାକୁ ପଛାଇଲାନି। ମାରିଲା ତ ମାରିଲା ପୁଣି ଅତି ବିଭତ୍ସ ଭାବେ । ନିଜର ପାଞ୍ଚ ବର୍ଷର ପୁଅ ସାତ ଖଣ୍ଡ କରିଛି ପିଶାତ ବାପା । ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରୁ ଆସିଛି ଏପରି ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଅଲିରାଜପୁର ଅଞ୍ଚଳର ଦିନେଶ ଡାବର ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ କୁରାଢିରେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଅନ୍ଧବିଶ୍ୱାସକୁ ନେଇ ଦିନେଶ ନିଜ ପୁଅକୁ କୁରାଢିରେ ହାଣି ହତ୍ୟା କରିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏପରିକି ନିଜ ପୁଅକୁ କୁରାଢିରେ ହାଣି ସାତ ଖଣ୍ଡ କରିଦେଇଛି ଦିନେଶ । ଘଟଣାରେ ଅଭିଯୁକ୍ତ ଦିନେଶକୁ ପୋଲିସ ଗିରଫ କରିଛି ।  

ଖବର ଅନୁଯାୟୀ, ଦିନେଶଙ୍କ ପତ୍ନୀଙ୍କ ଦେହ ଗତ କିଛି ଦିନ ହେଲା ଖରାପ ରହିଥିଲା । ଯାହାକୁ ନେଇ ଦିନେଶ ଜଣେ ଗୁରୁମାତାଙ୍କୁ ଭେଟ କରିଥିଲେ । ଏଥିରେ ଗୁରୁମାତା ଜଣଙ୍କ ଦିନେଶଙ୍କୁ ପୁଅକୁ ହତ୍ୟା କରିବା ପାଇଁ  ଦିନେଶ ଜଣେ ଗୁରୁମାତାଙ୍କୁ ମାନନ୍ତି । ଦିନେଶଙ୍କ ପାଞ୍ଚ ବର୍ଷର ପୁଅ ପୁରା ପରିବାର ପ୍ରତି ଅଶୁଭ ଏବଂ ସେଥିଲାଗି ତାଙ୍କ ପତ୍ନୀଙ୍କ ଦେହ ଖରାପ ହେଉଛି । ଏହାପରେ ସେହି କୋମଳ ଶିଶୁକୁ ମାରିବା ପାଇଁ ଗୁରୁମାତା ଜଣଙ୍କ କହିଥିଲେ ବୋଲି ସୂଚନା ମିଳିଛି ।

ସେପଟେ ପୋଲିସ ଅଭିଯୁକ୍ତଙ୍କ ଗିରଫ କରି ଛାନ୍‌ଭିନ୍‌ ଜାରି ରଖିଛି । ଏପିରିକି ଦିନେଶଙ୍କ ତଥାକଥିତ ଗୁରୁମାତାଙ୍କୁ ଗିରଫ ପାଇଁ  ଟିମ୍‌ ଗଠନ୍‌ ହୋଇଛି । ଏବଂ ବିଭିନ୍ନ ସ୍ଥାନରେ  ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ ଜାରି ରଖିଛି ।

   Related Posts