Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୈତାନ ସ୍ୱାମୀ : ସ୍ତ୍ରୀର ଗଳାକାଟି କଲା ହତ୍ୟା, ଅଭିଯୁକ୍ତକୁ କାବୁ କଲେ ଗ୍ରାମବାସୀ

24/04/2021 at 10:16 AM

ଲମତାପୁଟ ୨୪।୦୪:  ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ ।  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ  ଖେମୁଣ୍ଡୁ ଗୁଡା ପଞ୍ଚାୟତ  ବି . ରୁକବା ଗ୍ରାମରେ ଘଟିଛି ଏପରି ଘଟଣା । ମୃତକ ତୁଳସୀ ଖାଲ୍‌, ବୟସ ୩୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତୁଳସୀ ତାଙ୍କର ୪ପୁଅଙ୍କ ସହିତ ରୁକ୍‌ବା ଗାଁର ରହୁଥିଲେ । ସ୍ୱାମୀ ଦାଦନ ଖଟି ପରିବାର ଚଳାନ୍ତି । ଚଇତି ପର୍ବ ନେଇ ଶୁକ୍ରବାର ଦିନ ଗାଁରେ ପୂଜାର୍ଚ୍ଚନା ଚାଲିଥିଲା । ଏହି ସମୟରେ ତୁଳସୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଏପରି ଝଗଡ଼ା ଲାଗିରହିଥିଲା । ପରବର୍ତ୍ତୀ ସମୟରେ ସ୍ତ୍ରୀର ଗଳାକାଟି ହତ୍ୟା କରିଛି ବୋଲି ଗାଁଲୋକ ପୋଲିସକୁ କହିଛନ୍ତି । ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ସ୍ତ୍ରୀକୁ ହତ୍ୟା କରାଯାଇଛି । ତାହା ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।  

ସେପଟେ ସ୍ୱାମୀ ମଙ୍ଗଡୁଖାଲ୍‌କୁ ନନ୍ଦପୁର ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ନନ୍ଦପୁର ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଶନିବାର ଦିନ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

   Related Posts