Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ

17/06/2021 at 8:00 AM

ଖୋର୍ଦ୍ଧା ୧୭।୦୬: ଖୋର୍ଦ୍ଧା ଆଦର୍ଶ ଥାନା ଠାକୁରପଡାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା। ଏନେଇ ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅପର ପକ୍ଷରେ ମୃତକଙ୍କ ପରିବାର ପକ୍ଷରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉପଯୁକ୍ତ ନ୍ୟାୟ ପାଇବାକୁ ଦାବି କରିଛନ୍ତି । ପୁର୍ବ ଶତୃତାକୁ  କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି।

ଖବର ଅନୁଯାୟୀ, ଠାକୁରପଡାରେ ଯୁବକ ଉମାକାନ୍ତ ସାହୁଙ୍କୁ ହତ୍ୟା କରାଯାଇଛି। ଉମାକାନ୍ତ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ତାଙ୍କୁ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା। ଧାରୁଆ ଅସ୍ତ୍ରରେ ଉମାକାନ୍ତଙ୍କୁ ସେହି ଗାଁର ନୃସିଂହ ସାହୁଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ପୁର୍ବ ଶତୃତାକୁ କେନ୍ଦ୍ର କରି ଏପରି ହତ୍ୟା କାଣ୍ଡ ହୋଇଥିବା ଜଣାପଡିଛି।

ଉମାକାନ୍ତଙ୍କ ହତ୍ୟା ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇବା ପାଇଁ ଦାବି ହୋଇଥିବା ବେଳେ ପୋଲିସ ଶବ ଜବତ କରି ଖୋର୍ଦ୍ଧା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ଘଟଣାରେ ସଂପୃକ୍ତ ଅମୁଲ୍ୟ ସାହୁ ଏବଂ ତାର ମାଅ ଓ ଭଉଣୀକୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ନୃସିଂହ ସାହୁ ଏବଂ ଅନ୍ୟ ମାନଙ୍କୁ ଗିରଫ କରିବା ନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଖୁବ୍‌ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହେବେ ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

   Related Posts