Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ମଧ୍ୟସ୍ଥି ହେବା ପଡିଲା ମହଙ୍ଗା, କଳି ତୁଟାଉ ତୁଟାଉ ଚାଲିଗଲା ଜୀବନ

4/08/2021 at 1:15 PM

ଖୋର୍ଦ୍ଧା ୦୪।୦୮: ମଧ୍ୟସ୍ଥି ହେବା ପଡିଲା ମହଙ୍ଗା । ସମାଧାନ କରିବାକୁ ଆସି ମୃତ୍ୟୁ ଘଟିଲା । ମୃତକ ନୀଳମଣୀ ବାରିକ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଚକାପଦା ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ବେଗୁନିଆ ଥାନା ଚକାପଦା ଗାଁର ଦସ୍ଵବ ପରିବାର ମଧ୍ୟରେ ବିବାଦ ଲାଗିଥିଲା । ମଙ୍ଗଳବାର ରାତିରେ  ପୁର୍ବ ଶତୃତାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା ।ଏହି  ସଂଘର୍ସ ସମୟରେ ନିଳମଣୀ ବାରିକ  ଛଡାଇବାକୁ ଆସିଥିଲେ ,ହେଲେ ଏହି ସମୟରେ ସ୍ଵାଧୀନ ସ୍ଵାଇଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୋଇଠା ମାରିଥିଲେ । ସେ ସେ ତଳେ ପଡିଯାଇଥିଲେ। ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

ସେପଟେ ଘଟଣାସ୍ଥଳକୁ ଯାଇ ବେଗୁନିଆ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ଵାଧୀନ ସ୍ଵାଇଁ ଏବଂ ତାଙ୍କର ଦାଦା ଫେରାର ଅଛି। ବେଗୁନିଆ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ପାଇଁ ଶବ ବ୍ୟବଚ୍ଛେଦ ରିପୋଟକୁ ଆଧାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି । 

   Related Posts