ପ୍ରେମ ବିବାହ କରିଥିଲେ, କିନ୍ତୁ ସ୍ତ୍ରୀଙ୍କ ଦୁଇ ପଦ କଥା ସହିପାରିଲେନି ସ୍ୱାମୀ : ରୋଷେଇ ଘରେ ପତ୍ନୀର ତଣ୍ଟିଚିପି ହତ୍ୟା କଲା ପତି

Published By : Prameya-News7 Bureau | July 13, 2020 IST

ଟାଙ୍ଗୀ ୧୩।୦୭: ବାଣପୁର ରେ ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଛି । ପାରିବାରିକ କଳହ ନେଲା ଗୋଟାଏ ମୁଣ୍ଡ। ପତ୍ନୀ ର ଦୁଇ ପଦ କଥା ସ୍ଵାମୀକୁ ବାଧିଲା । ହିତାହିତ ଜ୍ଞାନ ହରାଇ ଯାହାକୁ ଭଲ ପାଇ ପ୍ରେମ କରି ନିଜର ଜୀବନ ସାଥୀ କରିଥିଲା,  ତାହାକୁ ରୋଷେଇ ଘରେ ତଣ୍ଟି ଚିପି ହତ୍ୟା କଲା ସ୍ଵାମୀ। ପତ୍ନୀକୁ ହତ୍ୟା କରି ସାରିବା ପରେ ନିଜେ ଆସି ବାଣପୁର ଥାନାରେ ଆତ୍ମା ସମର୍ପଣ କରିଛି । ପୂର୍ବରୁ କିଛି ଦିନ ତଳେ ସ୍ଵାମୀ ସ୍ତ୍ରୀ କଳହ କୁ ଏହି ବାଣପୁର ଥାନା ପୋଲିସ ଅପୋଷ ବୁଝାମଣା କରାଇଥିଲେ । ତେବେ ପତ୍ନୀକୁ ହତ୍ୟା କରିବା ଘଟଣା ସ୍ବାମୀ ଠାରୁ ଶୁଣିବା ପରେ ପୋଲିସ ହତବାକ ହୋଇଯାଇଥିଲା । ଘଟଣା ସ୍ଥଳରୁ ପୋଲିସ ଶବ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ଏବଂ ତାର ଶ୍ୱଶୁରକୁ ଗିରଫ କରିଛି । ଏପଟେ ମା' ଯେ ସବୁଦିନ ପାଇଁ ୨ ଛୁଆଙ୍କୁ ଛାଡି ଚାଲିଯାଇଛି ଏକଥା ଛୁଆମାନେ ଜାଣି ନାହାନ୍ତି। ମା' ପାଇଁ ନେହେରୁ ହେଉଛନ୍ତି ଏହି ଦୁଇ ଛୁଆ।

{"id":299629,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ନରେନ୍ଦ୍ରପୁର ଗାଁର ତପନ ପ୍ରଧାନ ସହିତ ନିକଟସ୍ଥ  ଭିମପୁର ଗାଁ ର ରୋଜାଲିନ ଓରଫ ରଶ୍ମିତା ପ୍ରଧାନ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ଆଜକୁ ଆଠ ବର୍ଷ ହେଲା ଉଭୟ ସୁଖରେ ଘର ସଂସାର କରିଥିଲେ। ଏମାନଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି । ସ୍ବାମୀ ସ୍ତ୍ରୀ ଓ ଦୁଇ ଛୁଅ ବାଙ୍ଗାଲୋରରେ ରହି ମୂଲ ମଜୁରୀ ଲାଗି ଚଳୁଥିଲେ । କରୋନା ଯୋଗୁଁ  କ୍ୱାରେଣ୍ଟାଇନିରେ ରହି ଏବେ ଘରକୁ ଫେରିଥିଲେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ବାଣପୁର ଥାନାକୁ ଆସିଥିଲେ । ତେବେ ପୋଲିସ ଦ୍ବାରା ଅପୋଷ ବୁଝା ମଣା ହୋଇ ଘରକୁ ଫେରିଥିଲେ, ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୁନର୍ବାର କଳହ ଲାଗିଲା ଯାହାକୁ ନେଇ ପତ୍ନୀ (ରୋଜାଲୀନ)କୁ ତାର ସ୍ବାମୀ ତପନ ତଣ୍ଟି ଚିପି ହତ୍ୟା କରିବା ପରେ ବାଣପୁର ଥାନାରେ ଆତ୍ମ ସମର୍ପଣ କରିଛି।

{"id":299630,"sizeSlug":"large"}

ସଦାସର୍ବଦା ରୋଜାଲିନକୁ ଅଧିକ ଯୌତୁକ ଦାବିକରୀ ତାର ସ୍ଵାମୀ ତପନ ପ୍ରଧାନ ଶଶୁର ଚିତ୍ତରଞ୍ଜନ ପ୍ରଧାନ , ଶାଶୁ ମିଳି ମିଶି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ସେଥିପାଇଁ ଶାଶୁଘର ଲୋକେ ହତ୍ୟା କରିଛନ୍ତି ବୋଲି ରୋଜାଲୀନର ପରିବାର ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.