ମହଙ୍ଗା ପଡିଲା ଭାଉଜ ପ୍ରେମ ! କକାକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ପୁତୁରା

Published By : Prameya-News7 Bureau | October 14, 2020 IST

କେନ୍ଦୁଝର ୧୪।୧୦: ଅଭାବନୀୟ ଘଟଣା । ଭାଉଜ ପ୍ରେମ ପାଇଁ ଗଲା ଦିଅରର ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ଗାଁରେ ।

ପୋଲିସ ସୂଚନା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ଆଠଟା ସମୟରେ ସେହି ଗାଁର ଗଣେଶ୍ୱର ଖୁଣ୍ଟିଆ ପ୍ରଚୁର ମଦ ପିଇ ସେହି ଗାଁ ରେ ରହୁଥିବା ତାର ବଡ ଭାଇ ଦୁଶାସନ ଘରେ ନଥିବା ସମୟରେ ତାଙ୍କ ଘରକୁ ଯାଇଥିଲା ।  ଭାଉଜ ସହ ଅନୈତିକ ସଂମ୍ପର୍କ ରଖିବା ସମୟରେ ତାର ପୁତୁରା ଦେବାଶିଷ ହାବୁଡରେ ପଡିଯାଇଥିଲା । ପୁତୁରା ଦେବାଶିଷ ଏଥିରେ ଉକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅତି ବିଭତ୍ସ ଭାବରେ କକା ଗଣେଶ୍ବରକୁ ହତ୍ୟା କରିଛି ।

ଖବର ପାଇ ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମା ଓ ପୁଅକୁ ଅଟକ ରଖିଛି । ସେହିପରି ହତ୍ୟାକାଣ୍ଡର କାରଣ ମଧ୍ୟ ଖୋଜୁଛି । ତେବେ ଆଜି ସକାଳ ସମୟରେ ପୋଲିସର ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳକୁ ଯାଇ ମଦ୍ୟ ତଦନ୍ତ ଆରମ୍ଭ କରିଛି ।   

ସ୍ଥାନୀୟଲୋକଙ୍କର କହିବା ଅନୁସାରେ, ଗଣେଶ୍ବର ପୂର୍ବରୁ ସବୁବେଳେ ମଦ୍ୟ ପାନ କରି ଗାଁରେ ସମସ୍ତ ଙ୍କ ସହ ଝଗଡା କରିବା ସହ ଅସାମାଜିକ କାମରେ ଲିପ୍ତ ରହିଥାଏ । ଏପରିକି ସେ ମଦ୍ୟ ପାନ କରି ନିଜ ସ୍ତ୍ରୀକୁ ସବୁ ବେଳେ ମାରପିଟା କରୁଥିଲା, ଏଥିପାଇଁ  ତାର ସ୍ତ୍ରୀ ତାକୁ ଛାଡି ପଳାଇଯାଇଛି । ଏହା ପରେ ଗଣେଶ୍ବର ପୁଣି ଦ୍ବିତୀୟ ବିବାହ କରିଥିଲା ହେଲେ ଦ୍ବିତୀୟ ସ୍ତ୍ରୀକୁ ମଧ୍ୟ ସେହିପରି ମଦ୍ୟପାନ କରି ନିର୍ଯାତନ ଦେବାରୁ ସେ ମଧ୍ୟ ତାକୁ ଛାଡି ଚାଲିଯାଇଛି ।

ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡିଛି ଦ୍ବିତୀୟ ସ୍ତ୍ରୀ ଗଣେଶ୍ବରକୁ ଛାଡି ଚାଲିଯିବା ପରେ ,  ଭାଉଜ ସହ ତାର ସଂମ୍ପର୍କ ଗଢି ଉଠିଥିଲା । କିଛି ମାସ ପୂର୍ବରୁ ସେ ତାର ଭାଉଜକୁ କିଛି ଦିନ ପାଇ ନେଇ କେଉଁଆଡେ ପଳାଇଥିଲା । ଏହା ପରେ ତାର ବଡଭାଇ ଦୁଶାସନ ଓ ତାଙ୍କ ପରିବାର ଘରୁ ବାହାରିଯାଇ ତାର ସାନ ଭାଇ ଠାରୁ ଅଲଗା ସେହି ଗାଁରେ ରହୁଥିଲେ ।

କିନ୍ତୁ ଗତକାଲି ବଡ ଭାଇ ଦୁଶାସନ ଘରେ ନଥିବା ସମୟରେ ଏହାର ସୁଯୋଗ ନେଇ ଗଣେଶ୍ବର ଭାଇ ଘରକୁ ଯାଇ ଭାଉଜ ସହ ସମ୍ପର୍କ ରଖିବା ସମୟରେ ପୁତୁରା ହାବୁଡରେ ପଡିଯାଇଥିଲା । ଘଟଣାରେ ଅଧିକ ତଦନ୍ତ ହେଲେ ଅଧିକ ତଥ୍ୟା ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.