Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭୁଲିଗଲା ରକ୍ତର ସମ୍ପର୍କ, ବାପାକୁ ହତ୍ୟା କରି ଘରେ ବନ୍ଦ କରିଦେଲା ପୁଅ

7/07/2021 at 9:25 AM

କେନ୍ଦ୍ରାପଡ଼ା ୦୭।୦୭:  ଭୁଲିଗଲା ରକ୍ତର ସମ୍ପର୍କ । ବାପାକୁ ହତ୍ୟା କଲା ପୁଅ। ମୃତକ ଅଲେଖ ଚନ୍ଦ୍ର ଭଦ୍ର, ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଥାନା ଅନ୍ତର୍ଗତ ଅଡଙ୍ଗା ମଲ୍ଲିକେଶରପୁର ପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ଖବର ଅନୁଯାୟୀ,   ଦୁଇ ଦିନ ପୂର୍ବେ ଅଲେଖ ଏବଂ ତାଙ୍କ ପୁଅ  ଶୁଭେନ୍ଦୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ହସ୍ତକ୍ଷେପରେ ଘଟଣାର ସମାଧାନ ହୋଇଥିଲା। କିନ୍ତୁ ଗତ ସୋମବାର ଠାରୁ ଅଲେଖ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ଶେଷରେ ଅଲେଖଙ୍କ ମୃତ ଦେହ ଏକ ତାଲା ପଡିଥିବା ଘର ଭିତରୁ ଠାବ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ ବଢିବାରୁ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଅଲେଖଙ୍କ ପୁଅ ଶୁଭେନ୍ଦୁକୁ ଅଟକ ରଖି ପଚରା ଉଚରା କରୁଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି। ଏ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

   Related Posts