ସମ୍ପତ୍ତି ଆଗରେ ଫିକା ପଡ଼ିଲା ସମ୍ପର୍କ, ଦାଦାଙ୍କୁ ହତ୍ୟା କଲେ ୪ ପୁତୁରା
15/07/2020 at 1:53 PM

କଣ୍ଟାବାଞ୍ଝି ୧୫।୦୭: କଣ୍ଟାବାଞ୍ଝି ସିନ୍ଧେକେଲା ଥାନା ବୁଢ଼ୀପଦର ଗାଁରେ ଘଟିଛି ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି । ନିଜ ଦାଦାଙ୍କୁ ହତ୍ୟା କରିଛନ୍ତି ୪ ଜଣ ପୁତୁରା । ଚିକିତ୍ସାଧୀନ ଅବସ୍ଥାରେ ଦାଦା ଗିରଧାରୀ ପୁଟେଲଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜମିବାଡ଼ିକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟ ରେ ଲାଗି ରହିଥିଲା । ତେବେ ଦାଦା ଗିରଧାରୀ ଚାଷ ଜମିରେ ମାଟି କାମ କରୁଥିବା ସମୟରେ ତାଙ୍କର ୪ ଜଣ ପୁତୁରା ଗଣ୍ଡଗୋଳ କରିଥିଲେ । ପରେ ୪ ଜଣ ପୁତୁରା ଦାଦାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଗାଁ ଲୋକ ଘଟଣାର ଖବର ପାଇ ଗୁରୁତର ଅବସ୍ଥାରେ ରେ ଦାଦା ଗିରିଧାରୀଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସିନ୍ଧେକେଲା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଜଣକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।