Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜମି ପାଇଁ ଗଲା ଭକ୍ତଙ୍କ ଜୀବନ, ଅଭିଯୁକ୍ତ ଫେରାର

21/04/2021 at 12:20 PM

କନ୍ଧମାଳ ୨୧।୦୪: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଗାଁରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ ଜମି ପାଇଁ ଯାଇଛି ଜଣଙ୍କ ଜୀବନ । ବାମୁରା ସୁକାମାଝୀଙ୍କ ଶକ୍ତ କଟୁରି ମାଡରେ ଭକ୍ତ ପାଟମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଭକ୍ତପାଟ ମାଝି ବୋଲି ଜଣାପଡିଛି। ଘଟଣାରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସିର୍ଲା ଗାଁରେ ଏକ ଜମି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଆଜି ପ୍ରଥମେ ଯୁକ୍ତି ତର୍କ ହୋଇଥିଲା । ପରେ ବାମୁରା ଉତ୍ୟକ୍ତ ହୋଇ ଭକ୍ତ ପାଟମଝିଙ୍କୁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲେ। ଭକ୍ତଙ୍କ ଚିତ୍କାର ଶୁଣି ଘର ଲୋକେ ପହଞ୍ଚି ଭକ୍ତଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାରି ବାମୁରା ସୁକା ମାଝି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବାପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଅତି ଶିଘ୍ର ଗିରଫ କରାଯିବ ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ସେ କହିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ଲାଗି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

  

   Related Posts