ଓ୍ନାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା ! ଘରେ ପଶି ମାରିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 03, 2021 IST

କାଲିମେଳା ୦୩।୦୧ : ଓ୍ନାର୍ଡମେମ୍ବରଙ୍କୁ ବିଭତ୍ସ ଭାବେ ହତ୍ୟା । ମୃତକ ଘାର୍ଷାପଲ୍ଲୀ ଗ୍ରାମରେ ଓ୍ନାର୍ଡମେମ୍ବର ବାଡ଼ଛି ଚିନା ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଠୁ ଥାନା ଘାର୍ଷାପାଲ୍ଲୀ ଗାଁରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।   

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଡ଼ଛି ଚିନା ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରାଯାଇଛି । ଏନେଇ ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ବାଡ଼ଛି ଚିନା ୧୦ ବର୍ଷ ହେଲା ଓ୍ୱାର୍ଡମେମ୍ବର ଏବଂ ଗାଁର ମୁଖ୍ୟ ଭାବେ କାମ କରିଆସୁଥିଲେ । ଏଭଳି ଭାବେ ତାଙ୍କୁ ହତ୍ୟା କରାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ପ୍ରକୃତରେ ଏହା ହତ୍ୟା କିଏ ଓ କାହିଁକି କଲା । ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସଂପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ହତ୍ୟା ପଛରେ ଆଉ କିଛି କାରଣ ରହିଛି । ତାହା ପୋଲିସର ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.